ମେରୀ ଗଲି କା ଭି ଏକ୍‌ ଚକ୍କର ଲଗାଲୋ ପ୍ଲିଜ୍‌ : ପଢନ୍ତୁ ଇଭାଙ୍କା ପାଇଁ କିଏ କାହିଁକି ପାଗଳ

ହାଇଦ୍ରାବାଦ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ନେଇ ଭାରତରେ ଚର୍ଚ୍ଚା। ହାଇଦ୍ରାବାଦ ଗସ୍ତରେ ଆସିଥିବା ଇଭାଙ୍କାଙ୍କର ଆଜି ଥିଲା ଦ୍ୱିତୀୟ ଦିନ। ହାଇଦ୍ରାବାଦରେ ଚାଲିଥିବା ଅଷ୍ଟମ ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍ ସମ୍ମିଟ୍‌ର ଦ୍ୱିତୀୟ ଦିନରେ ଇଭାଙ୍କା କର୍ମ ସଂସ୍ଥାନରେ ମହିଳାଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗ ନେଇ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ହାଇଦ୍ରାବଦରେ ଇଭାଙ୍କାଙ୍କ କାର୍ଯ୍ୟକ୍ରମକୁ ନେଇ ଯେତିକି ଚର୍ଚ୍ଚା ହେଉନି ବରଂ ତାଙ୍କ ଗ୍ଲାମରକୁ ନେଇ ବେଶୀ କଥା ଉଠୁଛି। ଇଭାଙ୍କାଙ୍କ […]

ivanka-1

Rakesh Mallick
  • Published: Wednesday, 29 November 2017
  • , Updated: 30 November 2017, 03:19 PM IST

ହାଇଦ୍ରାବାଦ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ନେଇ ଭାରତରେ ଚର୍ଚ୍ଚା। ହାଇଦ୍ରାବାଦ ଗସ୍ତରେ ଆସିଥିବା ଇଭାଙ୍କାଙ୍କର ଆଜି ଥିଲା ଦ୍ୱିତୀୟ ଦିନ। ହାଇଦ୍ରାବାଦରେ ଚାଲିଥିବା ଅଷ୍ଟମ ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍ ସମ୍ମିଟ୍‌ର ଦ୍ୱିତୀୟ ଦିନରେ ଇଭାଙ୍କା କର୍ମ ସଂସ୍ଥାନରେ ମହିଳାଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗ ନେଇ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ହାଇଦ୍ରାବଦରେ ଇଭାଙ୍କାଙ୍କ କାର୍ଯ୍ୟକ୍ରମକୁ ନେଇ ଯେତିକି ଚର୍ଚ୍ଚା ହେଉନି ବରଂ ତାଙ୍କ ଗ୍ଲାମରକୁ ନେଇ ବେଶୀ କଥା ଉଠୁଛି। ଇଭାଙ୍କାଙ୍କ ରୂପ ସୌନ୍ଦର୍ଯ୍ୟ ହାଇଦ୍ରାବାଦବାସୀଙ୍କୁ ବେଶ ଆକର୍ଷିତ କରିଛି। ୩୬ ବର୍ଷୀୟ ଇଭାଙ୍କା ମିଠା ମିଠା କଥା ଲୋକଙ୍କ ମନ କିଣିନେଇଛି। ହ୍ୱାଇଟ୍‌ ହାଉସ୍‌ର ପରାମର୍ଶଦାତା ଇଭାଙ୍କାଙ୍କ ପାଇଁ ହାଇଦ୍ରାବାଦରେ ରାସ୍ତାଘାଟକୁ ଏକଦମ ବର ବେଶରେ ସଜାଯାଇଛି।

ଅବଶ୍ୟ ସବୁ ରାସ୍ତାଘାଟ ନୁହଁ। କେବଳ ଇଭାଙ୍କା ଯେଉଁ ବାଟେ ଦେଇ ଯିବା ଆସିବା କରୁଛନ୍ତି ସେହି ରାସ୍ତା ଗୁଡ଼ିକୁ ଫୁଲ ଶେଜ ଭଳି ସଜାଯାଇଛି। ଇଭାଙ୍କାଙ୍କ ପାଇଁ ଏହି ବ୍ୟୟବହୁଳ ଆୟୋଜନ ଦେଖି ଲୋକେ ଆଚମ୍ବିତ ହୋଇଯାଉଛନ୍ତି। ଏହାକୁ ନେଇ କେତେ କ’ଣ ଗୁଲିଗପ ମଧ୍ୟ ହେଉଛି। ଯେଉଁଠି ଭଲ ରାସ୍ତାଟିଏ ନାହିଁ ସେଠିକାର ଲୋକେ ବିଭିନ୍ନ କୌତୁହଳକର ଆଲୋଚନା କରୁଛନ୍ତି। ଥରେ ଆମେ ଗଳିରେ ଇଭାଙ୍କାଙ୍କ ପାଦ ପଡ଼ନ୍ତାକି । ଆମ ଭାଗ୍ୟ ବଦଳି ଯାଆନ୍ତା। ମେରୀ ଗଲି କା ଭି ଏକ୍‌ ଚକ୍କର ଲଗାଲୋ ପ୍ଲିଜ୍‌ । ଏଭଳି ହେଉଛି ଆଲୋଚନା।  ଏହାକୁ ନେଇ ଅନେକ ଟ୍ୱିଟ ମଧ୍ୟ କରିଛନ୍ତି।

ଇଭାଙ୍କା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀର ଝିଅ ହୋଇଥିବା ବେଳେ ସେ ୩ଟି ସନ୍ତାର ଜନନୀ। ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଇଭାଙ୍କା। ସେ ଏକାଧାରରେ ଜଣେ ମଡେଲ, ଲେଖିକା, ଫେସନ ଡିଜାଇନର ଏବଂ ଟିଭି ଉପସ୍ଥାପିକା ମଧ୍ୟ। କିନ୍ତୁ ସେ ଏବେ ସବୁ ପ୍ରଫେସନକୁ ଛାଡ଼ି ହ୍ୱାଇଟ ହାଉସ୍‌ର ମୁଖ୍ୟ ପରାମର୍ଶଦାତା ଅଛନ୍ତି।

Related story