ସହିଦ୍‌ଙ୍କୁ ଏମିତି ସମ୍ମାନ ଜଣାଇଲେ ଗ୍ରାମବାସୀ, ପୁଷ୍ପମୟ ହେଲା ଦେଢ଼ କିଲୋମିଟର ରାସ୍ତା

ଭୋପାଲ: ଗାଁ’କୁ ଫେରୁଥିଲା ସହିଦ୍‌ଙ୍କ ମୃତଦେହ। ଖବର ଶୁଣି ସକାଳୁ ଅପେକ୍ଷା କରିଥିଲେ ହଜାର ହଜାର ଗ୍ରାମବାସୀ। ଶେଷ ଦର୍ଶନ ପାଇଁ ଜମିଥିଲା ନାହିଁ ନ ଥିବା ଭିଡ଼। ମା’ ମାଟିର ସୁପୁତ୍ରକୁ ଅନ୍ତିମ ବିଦାୟ ଦେବାକୁ ଖାଲି ଲୁହ ଢାଳି ନ ଥିଲେ ଗ୍ରାମବାସୀ, ତାଙ୍କ ସମ୍ମାନରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ଫୁଲ ବିଛାଇ ଦେଇଥିଲେ। ଦୃଶ୍ୟଟି ଥିଲା ମଧ୍ୟପ୍ରେଦେଶ ଦେୱାସ୍ ଜିଲ୍ଲାର। ଦେୱାସ୍‌ର ଯବାନ ନିଲେଶ ଧାକଡ଼ ଦୁର୍ଘଟଣା ବଶତଃ ଶ୍ରୀନଗରରେ ସହିଦ […]

nileshimgae

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 09:15 PM IST

ଭୋପାଲ: ଗାଁ’କୁ ଫେରୁଥିଲା ସହିଦ୍‌ଙ୍କ ମୃତଦେହ। ଖବର ଶୁଣି ସକାଳୁ ଅପେକ୍ଷା କରିଥିଲେ ହଜାର ହଜାର ଗ୍ରାମବାସୀ। ଶେଷ ଦର୍ଶନ ପାଇଁ ଜମିଥିଲା ନାହିଁ ନ ଥିବା ଭିଡ଼। ମା’ ମାଟିର ସୁପୁତ୍ରକୁ ଅନ୍ତିମ ବିଦାୟ ଦେବାକୁ ଖାଲି ଲୁହ ଢାଳି ନ ଥିଲେ ଗ୍ରାମବାସୀ, ତାଙ୍କ ସମ୍ମାନରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ଫୁଲ ବିଛାଇ ଦେଇଥିଲେ। ଦୃଶ୍ୟଟି ଥିଲା ମଧ୍ୟପ୍ରେଦେଶ ଦେୱାସ୍ ଜିଲ୍ଲାର।

ଦେୱାସ୍‌ର ଯବାନ ନିଲେଶ ଧାକଡ଼ ଦୁର୍ଘଟଣା ବଶତଃ ଶ୍ରୀନଗରରେ ସହିଦ ହୋଇଥିଲେ। କିଛିଦିନ ପୂର୍ବରୁ ଭୁଲ୍‌ରେ ବନ୍ଧୁକରୁ ଗୁଳି ଫୁଟିଯିବାରୁ ସେ ପ୍ରାଣ ହରାଇଥିଲେ। ମୃତ୍ୟୁ ପରେ ଗୁରୁବାର ତାଙ୍କ ଶରୀରକୁ ଜନ୍ମମାଟି ଘିଚଲାୟକୁ ଆଣା ଯାଉଥିଲା। ନିଲେଶଙ୍କ ଶେଷ ଦର୍ଶନ ପାଇଁ ମହୁ ଗ୍ରାମଠାରୁ ଦେୱାସ ପର୍ଯ୍ୟନ୍ତ ଶବ ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଏହି ଦୁଇ ସ୍ଥାନ ମଧ୍ୟରେ ଥିବା ଗାଁଗୁଡ଼ିକର ଲୋକେ ମଧ୍ୟ ସହିଦ୍‌ଙ୍କୁ ଅନ୍ତିମ ବିଦାୟ ଦେବାକୁ ସକାଳୁ ଅପେକ୍ଷା କରିଥିଲେ। ଶୋଭାଯାତ୍ରା ବେଳେ ପିପଲରାୱାଁ ଗାଁରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଫୁଲ ବିଛା ଯାଇଥିଲା।

କେତେକ ଗାଁରେ ନିଲେସଙ୍କ ଫଟୋ ଲଗାଯାଇଥିଲା,ତ କେତେକ ଗାଁରେ ମୁରୁଜରେ ଚିତ୍ର ଅଙ୍କା ଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ଭିଡ଼ ଏତେ ଜମିଥିଲା ଯେ, ତହସିଲ୍ ସୋନ୍‌କଚ୍ଛରୁ ଘିଚାଲୟର ପର୍ଯ୍ୟନ୍ତ ୩୩ କିମିର ରାସ୍ତା ଅତିକ୍ରମ କରିବାକୁ ସେନାର ଗାଡ଼ିକୁ ୩ ଘଣ୍ଟା ସମୟ ଲାଗି ଯାଇଥିଲା। ସେନା ନିଲେଶଙ୍କର ପାର୍ଥୀବ ଶରୀର ଗାଡ଼ିରୁ ବାହାର କରିବା ମାତ୍ରେ ଶେଷ ଦର୍ଶନ ପାଇଁ ହଠାତ୍‌ ଭିଡ଼କୁ ନିୟନ୍ତ୍ରଣ କରିପାରି ନ ଥିଲେ ଅନ୍ୟ ଯବାନ। ଶେଷରେ ଲୋକଙ୍କୁ ବୁଝାଇବାକୁ ପଡ଼ିଥିଲା। ଏହାପରେ ଘିଚାଲୟରେ ସମ୍ମାନର ସହ ନିଲେଶଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Related story