ଭଲ ଖବର: ଚୂଡ଼ାନ୍ତ ପର୍ଯ୍ୟାୟରେ ୩ଟି କରୋନା ଟିକା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଭଳି ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଟିକାର ସନ୍ଧାନ କରାଯାଉଛି। କେବେ ଲୋକଙ୍କ ପାଖରେ ଟିକା ପହଞ୍ଚିବ, ତା’କୁ ନେଇ ସବୁଆଡ଼େ ଚର୍ଚ୍ଚା। ଏସବୁ ଭିତରେ ଆଜି ଭାରତ ସରକାର ଭଲ ଖବର ଦେଇଛନ୍ତି। ବର୍ତ୍ତମାନ ବିଶ୍ୱର ୩ଟି ସମ୍ଭାବ୍ୟ କରୋନା ଟିକାର ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ସଫଳତା ମିଳିଲେ, ଖୁବଶୀଘ୍ର ବିଶ୍ୱକୁ କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ମିଳିଯିବ […]

ead

Hemant Lenka
  • Published: Thursday, 30 July 2020
  • , Updated: 30 July 2020, 05:53 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଭଳି ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଟିକାର ସନ୍ଧାନ କରାଯାଉଛି। କେବେ ଲୋକଙ୍କ ପାଖରେ ଟିକା ପହଞ୍ଚିବ, ତା’କୁ ନେଇ ସବୁଆଡ଼େ ଚର୍ଚ୍ଚା। ଏସବୁ ଭିତରେ ଆଜି ଭାରତ ସରକାର ଭଲ ଖବର ଦେଇଛନ୍ତି।

ବର୍ତ୍ତମାନ ବିଶ୍ୱର ୩ଟି ସମ୍ଭାବ୍ୟ କରୋନା ଟିକାର ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ସଫଳତା ମିଳିଲେ, ଖୁବଶୀଘ୍ର ବିଶ୍ୱକୁ କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ମିଳିଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓଏସଡି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଶ୍ୱ ସ୍ତରରେ ଏବେ ୨୪ଟି କରୋନା ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଚାଲିଛି। ୧୪୧ଟି ଭ୍ୟାକସିନ ରିସର୍ଚ୍ଚ ଷ୍ଟେଜରେ ରହିଛି। ତେବେ ଏହା ମଧ୍ୟରୁ ୩ଟି ଭ୍ୟାକସିନ ଫାଇନାଲ ଷ୍ଟେଜରେ ପହଞ୍ଚି ଯାଇଛି। ଆମେରିକା, ବ୍ରିଟେନ ଓ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକା ପ୍ରଥମ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣରେ ଉତ୍ସାହନଜନକ ଫଳାଫଳ ଦେଇଛନ୍ତି। ଏବେ ଏଗୁଡ଼ିକର ଷ୍ଟେଜ-୩ ଟ୍ରାଏଲ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଭାରତ ମଧ୍ୟ କରୋନା ଟିକା ସନ୍ଧାନରେ ପଛରେ ପଡ଼ିନାହିଁ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୁଇଟି କରୋନା ଟିକାର ପରୀକ୍ଷଣ ଭାରତରେ ଚାଲୁ ରହିଛି। ଏହି ଟିକା ଦ୍ୱୟର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଛି। ଗୋଟିଏ ଭ୍ୟାକସିନକୁ ୮ଟି ଜାଗାରେ ୧୧୫୦ ଲୋକଙ୍କ ଉପରେ ପ୍ରୟୋଗ କରାଯାଉଥିବା ବେଳେ ଅନ୍ୟ ଏକ ଭ୍ୟାକସିନ ୫ଟି ଜାଗାରେ ୧ ହଜାର ଲୋକଙ୍କ ଉପରେ ପରୀକ୍ଷା ହେଉଛି।

କରୋନାକୁ ମାତ୍‌ ଦେଇବା ପାଇଁ ଭାରତର ୭ଟି ଫାର୍ମା କମ୍ପାନୀ ବିଶ୍ୱର ଅନ୍ୟ ରାଷ୍ଟ୍ର ସହ ମିଶି ଟିକା ସନ୍ଧାନରେ ଲାଗିଛନ୍ତି। ଭାରତ ବାଓଟେକ, ସେରମ ଇନଷ୍ଟିଚ୍ୟୁଟ, ଜୟଡୁସ କାଣ୍ଡିଲା, Panacea Biotec NSE -1.04 %, Indian Immunologicals, Mynvax, and Biological E ଭଳି ଫର୍ମା କମ୍ପାନୀ ଭାରତରେ କରୋନା ଟିକା ଉପରେ କାର୍ଯ୍ୟ କରୁଛନ୍ତି। ଆମର ଆଶା ଖୁବଶୀଘ୍ର କରୋନାକୁ ମାତ ଦେଇପାରୁଥିବା ଟିକା ଆମ ପାଖରେ ପହଞ୍ଚିବ ବୋଲି ସେ କହିଛନ୍ତି।

Related story