ଫିଲିପାଇନ୍ସ: ସାମୁଦ୍ରିକ ଝଡ ‘ଟାଇଫୁନ ମେଲୋର’ ପାଇଁ ହାଇଆଲର୍ଟ, ୭ଲକ୍ଷ ଲୋକ ସ୍ଥାନାନ୍ତର

ମାନିଲା: ସାମୁଦ୍ରିକ ଝଡ ‘ଟାଇଫୁନ ମେଲୋର’ ପାଇଁ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଟାଇଫୁନ ପାଇଁ ସମୁଦ୍ର ପଟୁ ବଡ ବଡ ଲହରୀ ଆସିବା ସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ସରକାର ୭ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛି।‘ଟାଇଫୁନ ମେଲୋର’ ଆସନ୍ତା କାଲି ସୁଦ୍ଧା ଉତ୍ତରରେ ଥିବା ସାମରରେ ମାଡ କରିବ। ସ୍ଥଳଭାଗକୁ ପଶିବା ବେଳେ ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ପୂର୍ବାନୁମାନ କରିଛି ଫିଲିପାଇନ୍ସ […]

philippines-typhoon

Rakesh Mallick
  • Published: Monday, 14 December 2015
  • , Updated: 04 May 2017, 03:44 PM IST

ମାନିଲା: ସାମୁଦ୍ରିକ ଝଡ ‘ଟାଇଫୁନ ମେଲୋର’ ପାଇଁ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଟାଇଫୁନ ପାଇଁ ସମୁଦ୍ର ପଟୁ ବଡ ବଡ ଲହରୀ ଆସିବା ସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ସରକାର ୭ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛି।‘ଟାଇଫୁନ ମେଲୋର’ ଆସନ୍ତା କାଲି ସୁଦ୍ଧା ଉତ୍ତରରେ ଥିବା ସାମରରେ ମାଡ କରିବ। ସ୍ଥଳଭାଗକୁ ପଶିବା ବେଳେ ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ପୂର୍ବାନୁମାନ କରିଛି ଫିଲିପାଇନ୍ସ ପାଣିପାଗ ବିଭାଗ। ଏହାସହ ୧୩ ଫୁଟରୁ ଅଧିକ ଉଚ୍ଚର ଜୁଆର ଆସିପାରେ। ଟାଇଫୁନ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ ଓ ବନ୍ୟା ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ,୨୦୧୩ରେ ହୋଇଥିବା ଶକ୍ତିଶାଳୀ ଟାଇଫୁନରେ ବ୍ୟାପକ କ୍ଷତି ହୋଇଥିଲା। ଏଥିରେ ୭ହଜାର ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Related story