ରସିକିଆ ରାଷ୍ଟ୍ରପତି: ଭାଷଣ ଦେଲା ବେଳେ ମଞ୍ଚକୁ ଡାକି ମହିଳାଙ୍କୁ କିସ୍‌ କଲେ

ଫିଲିପାଇନ୍ସ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତ୍ତେରତେଙ୍କ ଚୁମ୍ୱନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏମିତିକି ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ନିକଟରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତ୍ତେରତେ ଦକ୍ଷିଣ କୋରିଆରେ ଗସ୍ତରେ ଯାଇଥିଲେ। ସେଠାରେ ସେ ଏକ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେଉଥିଲେ। ଏହି ସମୟରେ ସେ ଫିଲିପାଇନ୍ସର ଜଣେ ପ୍ରବାସୀ ମହିଳାଙ୍କୁ ମଞ୍ଚକୁ ଡାକି ଚୁମ୍ୱନ ଦେଇଥିଲେ। ଉକ୍ତ ମହିଳାଙ୍କ ନାଁ  ବେ କିମ୍‌। ସେ ଦକ୍ଷିଣ କୋରିଆର […]

philippine-president

Rakesh Mallick
  • Published: Tuesday, 05 June 2018
  • , Updated: 05 June 2018, 03:43 PM IST

ଫିଲିପାଇନ୍ସ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତ୍ତେରତେଙ୍କ ଚୁମ୍ୱନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏମିତିକି ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ନିକଟରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତ୍ତେରତେ ଦକ୍ଷିଣ କୋରିଆରେ ଗସ୍ତରେ ଯାଇଥିଲେ। ସେଠାରେ ସେ ଏକ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେଉଥିଲେ। ଏହି ସମୟରେ ସେ ଫିଲିପାଇନ୍ସର ଜଣେ ପ୍ରବାସୀ ମହିଳାଙ୍କୁ ମଞ୍ଚକୁ ଡାକି ଚୁମ୍ୱନ ଦେଇଥିଲେ।

ଉକ୍ତ ମହିଳାଙ୍କ ନାଁ  ବେ କିମ୍‌। ସେ ଦକ୍ଷିଣ କୋରିଆର ଜଣେ ବ୍ୟକ୍ତିଙ୍କୁ  ବିବାହ କରିଛନ୍ତି। ତାଙ୍କ ଦୁଇ ଝିଅ ଅଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ବେ କିମ୍ କହିଛନ୍ତି,“ ଏଥିରେ କୌଣସି ହେଲେ ଭୁଲ୍ ହିଁ ନାହିଁ।”

ତେବେ ଏନେଇ ରାଷ୍ଟ୍ରପତି କହିଛନ୍ତି,“ ଏହା ଏକ ନାଟକ।  ମୋ ସମର୍ଥକଙ୍କୁ ମନୋରଞ୍ଜନ କରିବା ପାଇଁ ଏପରି କରିଥିଲି।”

ଏହି ଘଟଣାକୁ ଅଧିକ ଗୁରୁତର ସହ ନ ନେବାକୁ ରାଷ୍ଟ୍ରପତି ରୋଡ୍ରିଗୋ ଦୁତ୍ତେରତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ମହିଳା ସଙ୍ଗଠନ ଗ୍ରୋବ୍ରିଏଲା ନିନ୍ଦା କରିବା ସହ ମହିଳାଙ୍କୁ ଅନାଦର ଓ ଘୃଣିତ କାର୍ଯ୍ୟ ବୋଲି କହିଛି। ଏହା ଏକ ସାଧାରଣ କିସ୍‌ ଥିଲା ବୋଲି ଫିଲିପାଇନ୍ସ ଲୋକେ କହିଛନ୍ତି। ଏଥିରେ କୌଣସି ବିବାଦ ନାହିଁ।

Related story