ମାନିଲା: ହୁବେଇ ପ୍ରଦେଶର ଉହାନ୍ ସହରରୁ ଫିଲିପାଇନ୍ସ ଆସିଥିବା ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃଥ୍ୟୁ ହୋଇଛି। ସେ ନିମୋନିଆରେ ପୀଡ଼ିତ ଥିବା କୁହାଯାଉଛି। ଚାଇନା ମେନ୍ଲ୍ୟାଣ୍ଡ ବାହାରେ ଏହା ପ୍ରଥମ କରୋନା ଜନିତ ମୃତ୍ୟୁ।
ଶନିବାର ସୁଦ୍ଧା କେବଳ ଚାଇନାରେ ମୃତକଙ୍କ ସଂଖ୍ୟା ୩୦୪ ପହଞ୍ଚିଯାଇଥିଲା। ନ୍ୟାସନାଲା ହେଲଥ୍ କମିଶନ ଏପରି ତଥ୍ୟ ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ସିସିଟିଭି ପକ୍ଷରୁ କୁହାଯାଇଥିଲା। ଚାଇନାରେ ଯେତେ ନୂଆ ମୃତ୍ୟୁ ହୋଇଛି ସବୁ ହୁବେଇ ପ୍ରଦେଶରେ ହିଁ ହୋଇଛି। ‘ଫ୍ଲୁ’ ଜାତୀୟ କରୋନା ଭାଇରସ୍ କାରଣରୁ ହିଁ ଏହି ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ଏଭଳି ସ୍ଥିତି ପାଇଁ ଚାଇନା ଏକ ଘରକିଆ ସ୍ଥିତିକୁ ଚାଲିଆସିଛି। ବିଭିନ୍ନ ଟ୍ରାଭେଲ କଟକଣା ସହ ବିମାନ ବାତିଲ କରାଯାଉଛି। କିଛି ଦେଶ ନିଜ ନାଗରିକଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇବା ଆରମ୍ଭ କରିଛନ୍ତି। ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ଚାଇନା ଗତ କିଛି ଦିନ ହେଲା ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ବର୍ତ୍ତମାନର ସ୍ଥିତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି।