ଭାରତ ମହାସାଗରରେ ଚାଇନା ଜାହାଜ, ହାଇଆଲର୍ଟରେ ନୌସେନା

ନୂଆଦିଲ୍ଲୀ: ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ଚାଇନାର ମାଛ ଧରା ବୋଟ୍‌ ବୁଲୁଥିବା ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି। ଚାଇନା ଜାହାଜଗୁଡ଼ିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା। ସୂତ୍ର ଅନୁସାରେ, ଚାଇନାର ମାଛ ଧରା ଜାହାଜ ଗୁଡ଼ିକ ନିଜର ଯୁଦ୍ଧ ଜାହାଜର ଆଢ଼ୁଆଳରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ୱେଷ୍ଟର୍ଣ୍ଣ ଭାଗ ନର୍ଥ ଆମେରିକା, ଇୟୁରୋପ ଓ ଏସିଆ ମହାଦେଶକୁ […]

nz

Hemant Lenka
  • Published: Tuesday, 28 January 2020
  • , Updated: 28 January 2020, 04:14 PM IST

ନୂଆଦିଲ୍ଲୀ: ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ଚାଇନାର ମାଛ ଧରା ବୋଟ୍‌ ବୁଲୁଥିବା ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି। ଚାଇନା ଜାହାଜଗୁଡ଼ିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା।

ସୂତ୍ର ଅନୁସାରେ, ଚାଇନାର ମାଛ ଧରା ଜାହାଜ ଗୁଡ଼ିକ ନିଜର ଯୁଦ୍ଧ ଜାହାଜର ଆଢ଼ୁଆଳରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ୱେଷ୍ଟର୍ଣ୍ଣ ଭାଗ ନର୍ଥ ଆମେରିକା, ଇୟୁରୋପ ଓ ଏସିଆ ମହାଦେଶକୁ ସଂଯୋଗ କରିଛି।

ଏଠାରେ ଚାଇନାର ଏଭଳି ହରକତ ପରେ ଭାରତୀୟ ନୌସେନା ପକ୍ଷରୁ ହାଲଆଲର୍ଟ ଜାରି କରାଯାଇଛି। ଏଠାରେ ଚଳାଚଳ କରୁଥିବା ସମସ୍ତ ଜାହାଜ ଗୁଡ଼ିକ ଉପରେ ନଜର ରଖିବା ପାଇଁ କୁହାଯାଇଛି। ଚାଇନା ଜାହାଜ ଉପରେ ନଜର ରଖିବା ପାଇଁ ଆମେରିକା ଠାରୁ ଅଣାଯାଇଥିବା ପି-୮ଆଇ ବୁଡ଼ାଜାହାଜ, ସର୍ଭଲାନ୍ସ ବିମାନ ଓ ସ୍ୟାଟେଲାଇଟ ବ୍ୟବହାର କରାଯାଉଛି। କେବଳ ଚାଇନା ନୁହେଁ ପାକିସ୍ତାନ ଯୁଦ୍ଧ ଜାହାଜ ଉପରେ ମଧ୍ୟ ଭାରତୀୟ ନୌସେନା ଯବାନମାନେ ନଜର ରଖିଛନ୍ତି।

Related story