କଣ୍ଢେଇ ଭଳି ଦିଶୁଛି, ପିଉନି ମା’ କ୍ଷୀର

ନୂଆଦିଲ୍ଲୀ: ରବର କଣ୍ଢେଇ ଭଳି ମୁହଁ, ଗୁଲଗୁଲିଆ ହାତଗୋଡ। ହେଲେ ଛୁଆଟିକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ପଞ୍ଜାବ ଅମୃତସରର ଗୁରୁ ନାନକ ଦେବ ମେଡିକାଲରେ ଖେଳୁଛି ଏମିତି ଗୋଟିଏ ନବଜାତ ଶିଶୁ। ଆପଣ ଭାବୁଥିବେ ସାଧାରଣ ଛୁଆଟିଏ ଜନ୍ମ ହୋଇଛି। ଏଥିରେ ନୂଆ କ’ଣ ? ବାସ୍ତବରେ ନୂଆ କଥା ହେଉଛି ଛୁଆଟା ଅନ୍ୟ ମଣିଷ ଶିଶୁ ଭଳି ସ୍ୱଭାବିକ୍‌ ନୁହେଁ। ରକ୍ତ, ମାଂସଧାରୀ ମଣିଷ ସନ୍ତାନ ହୋଇଥିଲେ ବି ସେ ଦେଖିବାକୁ ପୁରା […]

plastic bb

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 06:14 PM IST

ନୂଆଦିଲ୍ଲୀ: ରବର କଣ୍ଢେଇ ଭଳି ମୁହଁ, ଗୁଲଗୁଲିଆ ହାତଗୋଡ। ହେଲେ ଛୁଆଟିକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ପଞ୍ଜାବ ଅମୃତସରର ଗୁରୁ ନାନକ ଦେବ ମେଡିକାଲରେ ଖେଳୁଛି ଏମିତି ଗୋଟିଏ ନବଜାତ ଶିଶୁ। ଆପଣ ଭାବୁଥିବେ ସାଧାରଣ ଛୁଆଟିଏ ଜନ୍ମ ହୋଇଛି। ଏଥିରେ ନୂଆ କ’ଣ ?

ବାସ୍ତବରେ ନୂଆ କଥା ହେଉଛି ଛୁଆଟା ଅନ୍ୟ ମଣିଷ ଶିଶୁ ଭଳି ସ୍ୱଭାବିକ୍‌ ନୁହେଁ। ରକ୍ତ, ମାଂସଧାରୀ ମଣିଷ ସନ୍ତାନ ହୋଇଥିଲେ ବି ସେ ଦେଖିବାକୁ ପୁରା ରବର କଣ୍ଢେଇ ଭଳି। ଆଖି, ନାକ, ମୁହଁ, ହାତ, ଗୋଡ଼ ସବୁ କଣ୍ଢେଇ ଭଳି। ଆଖି ଏବଂ ଓଠର ରଙ୍ଗ ପୁରା ଲାଲ୍‌। ଜନ୍ମ ହେବା ପରଠାରୁ ମା’ କ୍ଷୀର ବି ଖାଉନାହିଁ ଏହି ଶିଶୁ।

ଶିଶୁଟି ଏପରି ଅବସ୍ଥାରେ ଜନ୍ମ ହେବା ଏକ ଜେନେଟିକ୍‌ ଡିଜିଜ୍‌(ରୋଗ) ବୋଲି କୁହନ୍ତି ଡାକ୍ତର। କିଛି ଜିନ୍‌ରେ ଅପରିବର୍ତ୍ତନ ପାଇଁ ଏଭଳି ପରିବର୍ତ୍ତନ ହୋଇଥିବା ଡାକ୍ତର କହିଛନ୍ତି। ଏପରି ଜନ୍ମିତ ଶିଶୁଙ୍କୁ ଡାକ୍ତାରୀ ଭାଷାରେ ‘କୋଲୋଡିଓଲ୍‌ ବେବି’ ବୋଲି କୁହାଯାଉଥିଲେ ବି ସାଧାରଣ ଲୋକେ ତାକୁ ପ୍ଲାଷ୍ଟିକ୍‌ ବେବି ବୋଲି ଡାକିବାକୁ ଆରମ୍ଭ କଲେଣି ।

ସୂଚନାଯୋଗ୍ୟ, ଏହା ଅମ୍ରିତ୍‌ସରରେ ଜନ୍ମିତ ଦ୍ୱିତୀୟ ପ୍ଲାଷ୍ଟିକ୍‌ ବେବି। ପ୍ରଥମ ୨୦୧୪ରେ ଅମ୍ରିତ୍‌ସରର ସିଭିଲ୍‌ ହସ୍ପିଟାଲରେ ଏପରି ଏକ ଶିଶୁ ଜନ୍ମ ହୋଇଥିଲା। କିନ୍ତୁ ଜନ୍ମ ହେବାର ତିନି ଦିନ ପରେ ଛୁଆଟି ମରି ଯାଇଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ ୬ଲକ୍ଷରେ ଗୋଟିଏ ଶିଶୁଙ୍କୁ ଏପରି ରୋଗ ହୋଇଥାଏ।

Related story