ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ହଜାର କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ସେମାନଙ୍କ ସହାୟତା ପାଇଁ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏହି ଅର୍ଥକୁ କରୋନା ଲଢ଼େଇ ପାଇଁ ଗଠନ ହୋଇଥିବା ପିଏକ କେୟାର୍ସ ଫଣ୍ଡରୁ ଦିଆଯିବ। ସେହିପରି ଏହି ପାଣ୍ଠିରୁ ଆଉ ୨ ହଜାର କୋଟି ଟଙ୍କା ଭେଣ୍ଟିଲେଟର ପାଇଁ ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ, ପିଏମ […]

b

Hemant Lenka
  • Published: Wednesday, 13 May 2020
  • , Updated: 13 May 2020, 09:02 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ସେମାନଙ୍କ ସହାୟତା ପାଇଁ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏହି ଅର୍ଥକୁ କରୋନା ଲଢ଼େଇ ପାଇଁ ଗଠନ ହୋଇଥିବା ପିଏକ କେୟାର୍ସ ଫଣ୍ଡରୁ ଦିଆଯିବ। ସେହିପରି ଏହି ପାଣ୍ଠିରୁ ଆଉ ୨ ହଜାର କୋଟି ଟଙ୍କା ଭେଣ୍ଟିଲେଟର ପାଇଁ ଖର୍ଚ୍ଚ କରାଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ, ପିଏମ କେୟାର୍ସ ପାଣ୍ଠିରୁ ପ୍ରାଥମିକ ଭାବେ ୩୧୦୦ କୋଟି ଟଙ୍କା କରୋନା ଲଢ଼େଇ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅର୍ଥରୁ ୨ହଜାର କୋଟି ଟଙ୍କା ଖର୍ଚ୍ଚରେ ଭେଣ୍ଟିଲେଟର କିଣାଯିବ। ସେହିପରି ପ୍ରବାସୀ ଶ୍ରମିକମାନେ ଲକଡାଉନ ଯୋଗୁ ଭୋଗୁଥିବା କଷ୍ଟକୁ ଲାଘବ କରିବା ପାଇଁ ୧ ହଜାର କୋଟି ଟଙ୍କା ଦିଆଯିବ।

ସେମାନଙ୍କୁ ସିଧାସଳଖ ଏହାର ଫାଇଦା ଯୋଗାଇ ଦିଆଯିବ। ସେହିପରି ବଳକା ୧୦୦ କୋଟି ଟଙ୍କା କୋଭିଡ-୧୯ ଭ୍ୟାକସିନ ପାଇଁ ଆରମ୍ଭ ହୋଇଥିବା ପରୀକ୍ଷା ପାଇଁ ଖର୍ଚ୍ଚ କରାଯିବ।

ଭ୍ୟାକସିନ ଉପରେ ପରୀକ୍ଷାନରୀକ୍ଷା କରିବାକୁ ଏକ ବିଭାଗ ଗଠନ କରାଯାଇଛି, ସେହି ବିଭାଗକୁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି।

Related story