ଗୁଜରାଟରେ ଆଜି ଶେଷ ଲଢେଇ: ସି-ପ୍ଲେନରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟ ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସଂନ୍ଧ୍ୟାରେ ସରୁଛି ପ୍ରଚାର।  ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ଶେଷ ଉଦ୍ୟମ କରାଯାଉଛି। ଆଜି ସୁରକ୍ଷା କାରଣରୁ ଅହମଦାବାଦରେ ହେବାକୁ ଥିବା ବିଜେପିର ରାଲି ବାତିଲ ହେବା ପରେ ସି-ପ୍ଲେନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ସାବରମତିରୁ ମେହଶାଣାର ଧାରୋଇ ଡ୍ୟାମ ପର୍ଯ୍ୟନ୍ତ ସି-ପ୍ଲେନରେ ଯିବେ।  ଏହାପରେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ […]

modi_india_1513057023_618x347

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 11:14 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟ ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସଂନ୍ଧ୍ୟାରେ ସରୁଛି ପ୍ରଚାର।  ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ଶେଷ ଉଦ୍ୟମ କରାଯାଉଛି। ଆଜି ସୁରକ୍ଷା କାରଣରୁ ଅହମଦାବାଦରେ ହେବାକୁ ଥିବା ବିଜେପିର ରାଲି ବାତିଲ ହେବା ପରେ ସି-ପ୍ଲେନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ସାବରମତିରୁ ମେହଶାଣାର ଧାରୋଇ ଡ୍ୟାମ ପର୍ଯ୍ୟନ୍ତ ସି-ପ୍ଲେନରେ ଯିବେ।  ଏହାପରେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା ମିଳିତଭାବେ ଅମ୍ବାଜି ଦର୍ଶନ କରିବାକୁ ଯିବେ।  ସେପଟେ ଦୀର୍ଘ ୨୨ ବର୍ଷ ପରେ ଗୁଜରାଟ ଦଖଲ କରିବା ପାଇଁ ରାହୁଲ ମାରାଥନ୍ ପ୍ରଚାର କରିଛନ୍ତି। ସବୁଠି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୬୮ପ୍ରତିଶତ ମତଦାନ ହୋଇଥିଲା। ଆସନ୍ତା ୧୪ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବା ଏବଂ ୧୮ ତାରିଖରେ ଭୋଟ ଗଣତି ହେବ।

Related story