ନୂଆଦିଲ୍ଲୀରେ ‘କଲ୍ ଟୁ ଆକ୍ସନ ସମ୍ମିଟ୍-୨୦୧୫’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା ଲାଗି ଗୁରୁବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଶ୍ୱସ୍ତରୀୟ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ‘କଲ୍ ଟୁ ଆକ୍ସନ ସମ୍ମିଟ୍-୨୦୧୫’ ନାଁରେ ଆରମ୍ଭ ହୋଇଥିବା ଏହି ୨ ଦିନିଆ ସମ୍ମିଳନୀରେ ୨୪ଟି ଦେଶର ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଆମେରିକା ଓ ଇଥିଓପିଆ ଭଳି ଦେଶର ପ୍ରତିନିଧିମାନେ ମଧ୍ୟ ଭାଗ ନେଇଛନ୍ତି। ସାରା ବିଶ୍ୱରେ ଶିଶୁ […]

PM inaugurates Call to Action Summit 2015

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 05:27 AM IST

ନୂଆଦିଲ୍ଲୀ: ବିଶ୍ୱରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା ଲାଗି ଗୁରୁବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଶ୍ୱସ୍ତରୀୟ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ‘କଲ୍ ଟୁ ଆକ୍ସନ ସମ୍ମିଟ୍-୨୦୧୫’ ନାଁରେ ଆରମ୍ଭ ହୋଇଥିବା ଏହି ୨ ଦିନିଆ ସମ୍ମିଳନୀରେ ୨୪ଟି ଦେଶର ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଆମେରିକା ଓ ଇଥିଓପିଆ ଭଳି ଦେଶର ପ୍ରତିନିଧିମାନେ ମଧ୍ୟ ଭାଗ ନେଇଛନ୍ତି। ସାରା ବିଶ୍ୱରେ ଶିଶୁ ଓ ମାତୃ ମୃତ୍ୟୁହାର କ୍ଷେତ୍ରରେ କେବଳ ଏହି ଦୁଇଟି ଦେଶର ପରିସଂଖ୍ୟାନ ମୋଟ ୩ ଭାଗରୁ ଦୁଇ ଭାଗ ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍,ବିଲ ଆଣ୍ଡ ମେଡିସିନ୍ ଗେଟ୍ ଫାଉଣ୍ଡେସନ ଓ ଟାଟା ଟ୍ରଷ୍ଟ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଏହା ପୂର୍ବରୁ ୨୦୧୨ରେ ଆମେରିକାରେ ପ୍ରଥମେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀ ମାଧ୍ୟମରେ ୨୦୩୫ ସୁଦ୍ଧା ବିଶ୍ୱରେ ଶିଶୁ ଓ ମାତୃ ମୃତ୍ୟୁହାରକୁ ସମ୍ପୂର୍ଣ୍ଣ ରୋକିବା ଲାଗି ଲକ୍ଷ୍ୟ ରଖାଯାଇଛି।

Related story