୭୫ଟି ଡିଜିଟାଲ ବ୍ୟାଙ୍କ ଶାଖା ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ୭୫ଟି ଡିଜିଟାଲ ବ୍ୟାଙ୍କ ଶାଖାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି କ୍ରମରେ ଆଜି କଟକ ଜିଲ୍ଲା ସାଲେପୁରରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ସେବା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ସାଲେପୁରର ମାଛୁଆତିଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏହି ଶାଖା ଖୋଲାଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ୟୁକୋ ବ୍ୟାଙ୍କ ସହ ନିର୍ଦ୍ଦେଶକ […]

Modi

Modi

Tapas Behera
  • Published: Sunday, 16 October 2022
  • Updated: 16 October 2022, 04:21 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ୭୫ଟି ଡିଜିଟାଲ ବ୍ୟାଙ୍କ ଶାଖାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି କ୍ରମରେ ଆଜି କଟକ ଜିଲ୍ଲା ସାଲେପୁରରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କିଂ ସେବା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ସାଲେପୁରର ମାଛୁଆତିଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏହି ଶାଖା ଖୋଲାଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ୟୁକୋ ବ୍ୟାଙ୍କ ସହ ନିର୍ଦ୍ଦେଶକ ଇସ୍ରାତ୍ ଅଲ୍ଲୀ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ।

ଅଳ୍ପ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଥିଲେ ଯେ, ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ (ଡିବିୟୁ) ହେଉଛି  ଜମାଖାତା ଖୋଲିବା, ବାଲାନ୍‌ସ୍‌ ଚେକ୍‌ କରିବା, ଜମାଖାତା ପ୍ରିଣ୍ଟ୍‌ କରିବା, ଫଣ୍ଡ୍‌ ଟ୍ରାନ୍‌ସ୍‌ଫର୍‌ କରିବା, ଫିକ୍‌ସ୍‌ଡ୍‌ ଡିପୋଜିଟ୍‌ରେ ବିନିଯୋଗ କରିବା, ଋଣ ପାଇଁ ଆବେଦନ କରିବା, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ପାଇଁ ଆବେଦନ କରିବା, କର ଓ ବିଲ୍‌ ପୈଠ କରିବା ସମତେ ଜନସାଧାରଣଙ୍କୁ ନାନା ପ୍ରକାରର ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାର ପ୍ରତ୍ୟକ୍ଷ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ‘ଡିବିୟୁ’ ସ୍ଥାପନା ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣରେ ଘୋଷଣା କରିଥିଲେ।

ଏହି ଅବସରରେ ଭାରତର ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣନର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ରେକର୍ଡ ସମୟ ୬ ମାସ ମଧ୍ୟରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ‘ଡିବିୟୁ’ ସଂସ୍ଥାପନ କରାଯାଇଛି। ଦେଶର ଡିଜିଟାଲ୍‌ ଭିତ୍ତିଭୂମି ଉନ୍ନୀତ କରିବାରେ ଏହା ‘ଡିବିୟୁ’ର ଏହି ପ୍ରତିଷ୍ଠାନସବୁ ସାହାଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos