ଗରିବଙ୍କୁ ମାଗଣା ବିଜୁଳି , ଏଲଇଡି ବଲ୍‌ବ ଓ ଫ୍ୟାନ୍‌ : ମୋଦି କହିଲେ ମରାମତି ବି ସରକାର ବୁଝିବେ

ନୂଆଦିଲ୍ଲୀ: ଗରିବ ପରିବାରକୁ ମିଳିବ ମାଗଣା ବିଜୁଳି ସଂଯୋଗ।  ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ‘ସୌଭାଗ୍ୟ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା ସଂପୂର୍ଣ୍ଣ ନିଃଶୁଳ୍କ ରହିବ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଲେ ଯେ,ଏବେ ବି ଦେଶର ୪ କୋଟି ପରିବାର ବିଜୁଳି ଆଲୁଅରୁ ବଞ୍ଚିତ। ଦେଶର ୨୯୮୬ଟି ଗାଁରେ ଏଯାବତ ବିଜୁଳି ସଂଯୋଗ ନାହିଁ।  ଅତିଶୀଘ୍ର ସଂପୃକ୍ତ ଗାଁ ଗୁଡ଼ିକୁ ବିଜୁଳି ସଂଯୋଗ ଦିଆଯିବ। ସୌଭାଗ୍ୟ ଯୋଜନାରେ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 04:55 PM IST

ନୂଆଦିଲ୍ଲୀ: ଗରିବ ପରିବାରକୁ ମିଳିବ ମାଗଣା ବିଜୁଳି ସଂଯୋଗ।  ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ‘ସୌଭାଗ୍ୟ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା ସଂପୂର୍ଣ୍ଣ ନିଃଶୁଳ୍କ ରହିବ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କହିଲେ ଯେ,ଏବେ ବି ଦେଶର ୪ କୋଟି ପରିବାର ବିଜୁଳି ଆଲୁଅରୁ ବଞ୍ଚିତ। ଦେଶର ୨୯୮୬ଟି ଗାଁରେ ଏଯାବତ ବିଜୁଳି ସଂଯୋଗ ନାହିଁ।  ଅତିଶୀଘ୍ର ସଂପୃକ୍ତ ଗାଁ ଗୁଡ଼ିକୁ ବିଜୁଳି ସଂଯୋଗ ଦିଆଯିବ।

ସୌଭାଗ୍ୟ ଯୋଜନାରେ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହି ଅନୁଯାୟୀ ୫ଟି ଏଲଇଡି ବଲ୍‌ବ, ଗୋଟିଏ ବ୍ୟାଟେରି ଏବଂ ଗୋଟିଏ ଫ୍ୟାନ୍‌ ଯୋଗାଇ ଦିଆଯିବ। ଏହାଛଡ଼ା  ୫ବର୍ଷ ଯାଏ ଏସବୁର ମରାମତି ଖର୍ଚ୍ଚ ସରକାର ବହନ କରିବେ। ୨୦୧୯ ମାର୍ଚ ମାସ ସୁଦ୍ଧା ଦେଶର ସମସ୍ତ ଗରିବ ପରିବାରରେ ବିଜୁଳି ପହଂଚାଇବା ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଉଜ୍ଜ୍ୱଳା ଯୋଜନାରେ ୨୬ଶହ କୋଟି ଏଲିଡି ବଲବ୍‌ ଯୋଗାଇ ଦିଆଯାଇଛି ବୋଲି ମୋଦି କହିଛନ୍ତି। ଫଳରେ ୧୩ ହଜାର ୭ ଶହ କୋଟିର ବିଜୁଳି ବିଲ କମିପାରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

 

Related story