ମୋଦି ନିଖୋଜ, ବାରାଣସୀରେ ଲାଗିଲା ପୋଷ୍ଟର

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ କାନ୍ଥବାଡ଼ରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର। ଏହି ପୋଷ୍ଟରରେ ମୋଦି ନିଖୋଜ ହୋଇଯାଇଛନ୍ତି ବୋଲି ଲେଖାଯାଇଛି। ମୋଦି ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ପୋଷ୍ଟରରେ ଲେଖାଯାଇଛି ବାରାଣସୀ ସାଂସଦ ନିଖୋଜ ହୋଇଯାଇଛନ୍ତି। ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି- ‘ଜାନେ ୱହ କୌନ ସା ଦେଶ ଜହାଁ ତୁମ୍ ଚଲେ ଗଏ’। ଏ ପୋଷ୍ଟରଗୁଡ଼ିକୁ କୌଣସି ବ୍ୟକ୍ତି ବିଶେଷ ଅବା ସଂଗଠନ ଲଗାଇଛି ତାହା […]

modi

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 08:42 AM IST

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ କାନ୍ଥବାଡ଼ରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର। ଏହି ପୋଷ୍ଟରରେ ମୋଦି ନିଖୋଜ ହୋଇଯାଇଛନ୍ତି ବୋଲି ଲେଖାଯାଇଛି।

ମୋଦି ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ପୋଷ୍ଟରରେ ଲେଖାଯାଇଛି ବାରାଣସୀ ସାଂସଦ ନିଖୋଜ ହୋଇଯାଇଛନ୍ତି।

ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି- ‘ଜାନେ ୱହ କୌନ ସା ଦେଶ ଜହାଁ ତୁମ୍ ଚଲେ ଗଏ’। ଏ ପୋଷ୍ଟରଗୁଡ଼ିକୁ କୌଣସି ବ୍ୟକ୍ତି ବିଶେଷ ଅବା ସଂଗଠନ ଲଗାଇଛି ତାହା ଜଣାପଡ଼ିନାହିଁ। କାରଣ ପୋଷ୍ଟରେ କାହାରି ନାମ ଉଲ୍ଲେଖ ନାହିଁ। ତେବେ ପୋଷ୍ଟରର ପୂରା ତଳେ ନିବେଦକରେ ଲେଖାଯାଇଛି- ‘ଲାଚାର, ବେବସ ଏବଂ ହତାଶ କାଶୀବାସୀ’।

ଏହି ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଛି ଯେ ମୋଦିଙ୍କର କୌଣସି ପତ୍ତା ନ ମିଳିଲେ ବାଧ୍ୟ ହୋଇ କାଶୀବାସୀ ସେ ନିଖୋଜ ହୋଇଥିବା ନେଇ ପୋଲିସ୍‌ରେ ଏତଲା ଦେବେ।

ପୋଲିସ୍ ହଟାଇଲା ପୋଷ୍ଟର

ପ୍ରଧାନମନ୍ତ୍ରୀ ନିଖୋଜ ହୋଇଥିବା ନେଇ ବାରାଣସୀରେ କାନ୍ଥବାଡ଼ରେ ପୋଷ୍ଟର ଲାଗିଥିବା ନେଇ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିଥିଲା। ପୋଲିସ୍‌ ଉକ୍ତ ପୋଷ୍ଟରଗୁଡ଼ିକୁ ଚିରି ଦେଇଥିଲା। ତେବେ ପୋଷ୍ଟର ଲଗାଇଥିବା ଲୋକଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ରାହୁଲ ଗାନ୍ଧି ନିଖୋଜ ହୋଇଥିବା ନେଇ ବି ଲାଗିଥିଲା ପୋଷ୍ଟର

ନିର୍ବାଚିତ ପ୍ରତିନିଧିମାନଙ୍କ ନାଁରେ ନିଖୋଜ ହେବା ନେଇ ପୋଷ୍ଟର ଲାଗିବା କିଛି ନୂଆ କଥା ନୁହେଁ। ବିଶେଷ କରି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ଏଭଳି ପୋଷ୍ଟର ଲାଗିଥାଏ। କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନାଁରେ ମଧ୍ୟ ଏଭଳି ପୋଷ୍ଟର ଲାଗି ସାରିଛି। ତାଙ୍କ ନିର୍ବାଚନ ମଣ୍ଡଳୀ ଅମେଠୀରେ ଏଭଳି ପୋଷ୍ଟର ଲାଗିଥିଲା। ଏଥିପାଇଁ କଂଗ୍ରେସ ନେତାଏ ଆର୍‌ଏସ୍‌ଏସ୍‌କୁ ଦାୟୀ କରିଥିଲେ।

ଅମେଠୀରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଏହି ପୋଷ୍ଟରରେ ଲେଖା ଯାଇଥିଲା- ରାହୁଲ ନିଖୋଜ ହୋଇଯାଇଛନ୍ତି। ସେହି କାରଣରୁ ଅମେଠୀର ବିକାଶ ହେଉ ନାହିଁ। ତାଙ୍କର ଏଭଳି ବ୍ୟବହାରରେ ସାଧାରଣ ଲୋକେ ଠକାମୀରେ ପଡ଼ି ଥିବା ଅନୁଭବ କରୁଛନ୍ତି ଓ ଅପମାନିତ ବୋଧ କରୁଛନ୍ତି।

ଏହା ସହିତ ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ ଯଦି କୌଣସି ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ସଂପର୍କରେ ସୂଚନା ଦେବ ତା’ହେଲେ ତାଙ୍କୁ ଉଚିତ ପୁରସ୍କାର ଦିଆଯିବ। ଏଥିରେ ନିବେଦକ ସ୍ଥାନରେ ଅମେଠୀର ଲୋକ ବୋଲି ଲେଖାଯାଇଥିଲା।

ସୌଜନ୍ୟ- ଆଜ୍‌ତକ୍‌

Related story