Advertisment

'କୃଷକ ସଶକ୍ତ ହେଲେ, ମଜବୁତ୍ ହେବ ଆତ୍ମନିର୍ଭର ଭାରତର ମୂଳଦୁଆ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିନ୍ନ ଭିନ୍ନ ପ୍ରସଙ୍କ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଲୋକଙ୍କ କାହାଣୀ ଶୁଣିବାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ସମେତ କୃଷକମାନଙ୍କ ବିଷୟରେ ମଧ୍ୟ ମୋଦି କହିଛନ୍ତି। କାର୍ଯ୍ୟକ୍ରମରେ କୃଷି ବିଲ୍ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ […]

ଅଦ୍ୟତନ ହୋଇଛି
'କୃଷକ ସଶକ୍ତ ହେଲେ, ମଜବୁତ୍ ହେବ ଆତ୍ମନିର୍ଭର ଭାରତର ମୂଳଦୁଆ'

modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଜରିଆରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିନ୍ନ ଭିନ୍ନ ପ୍ରସଙ୍କ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଲୋକଙ୍କ କାହାଣୀ ଶୁଣିବାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ସମେତ କୃଷକମାନଙ୍କ ବିଷୟରେ ମଧ୍ୟ ମୋଦି କହିଛନ୍ତି। କାର୍ଯ୍ୟକ୍ରମରେ କୃଷି ବିଲ୍ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅବଗତ କରାଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ରକ୍ଷା କରିବାକୁ ଅପିଲ କରିଛନ୍ତି। ଏନେଇ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଔଷଧ ନ ବାହାରିବା ପର୍ଯ୍ୟନ୍ତ ବେପରୁଆ ହେବା ଆଦୌ ଉଚିତ୍ ନୁହେଁ ବୋଲି ମୋଦି କହିଛନ୍ତି।

ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ସମୟରେ ବାପୁଜୀଙ୍କ ବିଚାରଧାରର ଅଧିକ ପ୍ରାସଙ୍ଗିକତା ରହିଛି। ଅକ୍ଟୋବର 2 ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ତଥା ପବିତ୍ର ଦିବସ ଅଟେ। ସେହିପରି ଶହିଦ ଭଗତ ସିଂହଙ୍କୁ ମନେପକାଇ ମୋଦି କହିଛନ୍ତି ଯେ, ଜଣେ 23 ବର୍ଷୀୟ ଯୁବକଙ୍କୁ ଦେଖି ଇଂରେଜ ଶାସକ ଡରିଯାଇଥିଲା। ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 28ରେ ଆମେ ଶହିଦ ବୀର ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବା। ଏଣୁ ସମସ୍ତ ଦେଶବାସୀଙ୍କ ସମେତ ସାହସ ଓ ବୀରତାଙ୍କ ପ୍ରତିମୂର୍ତ୍ତି ବୀର ଭଗତ ସିଂହଙ୍କୁ ମୁଁ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ହରିୟାଣାର ଜଣେ କୃଷକ ଭାଇ ମୋତେ କହିଲେ ଯେ ଏକଦା ମଣ୍ଡି ବାହାରେ ତାଙ୍କୁ ଫଳ ଓ ପନପରିବା ବିକ୍ରି କରିବା ଲାଗି ସମସ୍ୟା ହେଉଥିଲା। ହେଲେ 2014ରେ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ବାଦ୍ ଦିଆଯିବା ଦ୍ୱାରା ତାଙ୍କୁ ଏବଂ ତାଙ୍କ ଆଖପାଖ କୃଷକଙ୍କୁ ଖୁବ୍ ଲାଭ ମିଳିଛି। ସେମାନେ ନିଜ ଫଳ ଓ ପନିପରିବାକୁ ଯେଉଁଠି ଇଚ୍ଛା ସେଠାରେ ବିକ୍ରି କରିପାରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସଙ୍କଟ କାଳରେ କୃଷି କ୍ଷେତ୍ର ନିଜର ଶକ୍ତି ପ୍ରଦର୍ଶନ କରିଛି। ଦେଶର କୃଷକ ତଥା ଗ୍ରାମ ଯେତିକି ମଜବୁତ ହେବ ଦେଶ ସେତିକି ଆତ୍ମନିର୍ଭର ହୋଇପାରିବ। କୃଷକ ସଶକ୍ତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜବୁତ ହେବ। ଏବେ କୃଷକମାନଙ୍କୁ ନିଜ ଇଚ୍ଛା ମୁତାବକ ନିଜ ଅମଳ ବିକ୍ରି କରିବାର ସ୍ୱାଧୀନତା ମିଳିଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ମୁଁ ମୋ ଜୀବନର ଦୀର୍ଘ ସମୟ ଜଣେ ଭ୍ରମଣକାରୀ ହିସାବରେ ରହିଛି। ଭ୍ରମଣ ହିଁ ମୋ ଜୀବନ ଥିଲା। ପ୍ରତିଦିନ ନୂଆ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର ସହ ଯୋଡ଼ିହେବା ହିଁ ମୋ ଜୀବନ ଥିଲା। ଭାରତରେ କଥା କାହାଣୀ କହିବାର ପ୍ରାଚୀନ ଓ ସମୃଦ୍ଧ ପରମ୍ପରା ରହିଛି। ଆମ ଦେଶରେ ଧାର୍ମିକ କାହାଣୀ ବର୍ଣ୍ଣନା କରିବାର ପ୍ରାଚୀନ ପଦ୍ଧତି ରହିଛି। ପ୍ରତ୍ୟେକ ପରିବାରରେ କେହି ନା କେହିଁ ବୟସ୍କ, ବୟୋଜ୍ୟେଷ୍ଠ କାହାଣୀ କହୁଥିଲେ। ଏହାଦ୍ୱାରା ଘର ପରିବାରରେ ନୂତନ ଉର୍ଜା ଏବଂ ପ୍ରେରଣା ଭରିଯାଉଥିଲା। ଲୋକମାନେ ରଚନାତ୍ମକ ଏବଂ ସମ୍ବେନ୍ଦଶୀଳ ପକ୍ଷକୁ ସାମ୍ନାକୁ ଆଣୁଥିଲେ, ଉପସ୍ଥାପନ କରୁଥିଲେ।

ଏହାସହ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ କରୋନା ସଙ୍କଟ କାଳରେ ସାମାଜିକ ଦୀରତ୍ୱ ବଜାୟ ରଖିବାକୁ ଅପିଲ କରିଛନ୍ତି। ସାରା ଦୁନିଆ ଏବେ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି। ଆଜିର ସମୟରେ ଦୁଇ ଗଜ ଦୂରତା ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟପଟେ ପରିବାର ସଦସ୍ୟଙ୍କୁ ପରସ୍ପର ସହ ନିବିଡ଼ତା ବଢ଼ାଇବାର ସୁଯୋଗ ମଧ୍ୟ ଆଣିଦେଇଛି ବୋଲି ମୋଦି କହିଛନ୍ତି।

Narendra Modi Farm Bill 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe