ନାଗରିକତା: ନେହରୁ କ’ଣ ସାମ୍ପ୍ରଦାୟିକ ଥିଲେ ପ୍ରଶ୍ନ କଲେ ମୋଦି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ବିଭାଜନ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ‘ହିନ୍ଦୁ ଶରଣାର୍ଥୀ’ ଏବଂ ‘ମୁସଲିମ୍‌ ଅନୁପ୍ରବେଶକାରୀ’ଙ୍କ ମଧ୍ୟରେ ଫରକ ଦର୍ଶାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତରରେ ସିଏଏକୁ ସମର୍ଥନ ଦେଇ ସେ ନେହରୁଙ୍କର ଏକ ଚିଠିର ଉଦାହରଣ ଦେଇ ଏପରି କହିଥିଲେ। ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବରଡୋଲୋଇଙ୍କୁ ଏକ ଚିଠି ଲେଖି ନେହରୁ ଅନୁପ୍ରବେଶକାରୀ ଏବଂ ଶରଣାର୍ଥୀଙ୍କ ବାବଦରେ ଲେଖିଥିଲେ। ନେହରୁଙ୍କ କଥାକୁ ଉଦ୍ଧାର କରି ମୋଦି କହିଥିଲେ, […]

Modi

Subrat Kumar Nayak
  • Published: Thursday, 06 February 2020
  • , Updated: 06 February 2020, 06:19 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ବିଭାଜନ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ‘ହିନ୍ଦୁ ଶରଣାର୍ଥୀ’ ଏବଂ ‘ମୁସଲିମ୍‌ ଅନୁପ୍ରବେଶକାରୀ’ଙ୍କ ମଧ୍ୟରେ ଫରକ ଦର୍ଶାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତରରେ ସିଏଏକୁ ସମର୍ଥନ ଦେଇ ସେ ନେହରୁଙ୍କର ଏକ ଚିଠିର ଉଦାହରଣ ଦେଇ ଏପରି କହିଥିଲେ। ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବରଡୋଲୋଇଙ୍କୁ ଏକ ଚିଠି ଲେଖି ନେହରୁ ଅନୁପ୍ରବେଶକାରୀ ଏବଂ ଶରଣାର୍ଥୀଙ୍କ ବାବଦରେ ଲେଖିଥିଲେ।

ନେହରୁଙ୍କ କଥାକୁ ଉଦ୍ଧାର କରି ମୋଦି କହିଥିଲେ, “ହିନ୍ଦୁ ଶରଣାର୍ଥୀ ଏବଂ ମୁସଲିମ୍‌ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପ୍ରଭେଦ ରହିବା ଆବଶ୍ୟକ। ଦେଶକୁ ହିନ୍ଦୁ ଶରଣାର୍ଥୀଙ୍କ ଦାୟିତ୍ୱ କାନ୍ଧେଇବାକୁ ହେବ। ମୋଦି ୧୯୫୦ ମସିହାର ନେହରୁ-ଲିଆକତ୍‌ ଚୁକ୍ତି ବାବଦରେ କହିଥିଲେ, ଏହା ଭାରତ ଏବଂ ପାକିସ୍ତାନ ଉଭୟ ରାଷ୍ଟ୍ରର ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ଦେବେ। ସେତେବେଳେ ନେହରୁ କାହିଁକି ପାକିସ୍ତାନର ସଂଖ୍ୟାଲଘୁଙ୍କ କଥା କହୁଥିଲେ? ସେ କ’ଣ ସାମ୍ପ୍ରଦାୟିକ ଥିଲେ?”

ମୋଦି ଏହି ଅବସରରେ ସ୍ୱାଧୀନତା ସଂଗ୍ରାମର ଦୁଇ ନେତା ଭୁପେନ୍ଦ୍ର କୁମାର ଦତ୍ତ ଏବଂ ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କ ଉଦାହରଣ ଦେଇଥିଲେ। ଏ ଦୁହେଁ ବିଭାଜନ ପରେ ପାକିସ୍ତାନରେ ରହିଯାଇଥିଲେ। ଭୁପେନ୍ଦ୍ର ସଂସଦରେ ହିନ୍ଦୁଙ୍କୁ ନିର୍ଯାତନା ବାବଦରେ ସ୍ୱର ଉତ୍ତୋଳନ କରିଥିଲେ। ପରେ ସେ ଭାରତ ଆସି ବସବାସ କରୁଥିଲେ ଏବଂ ଏଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି ଯୋଗେନ୍ଦ୍ର ନାଥ ମଣ୍ଡଳ ପ୍ରଥମ ଆଇନ ମନ୍ତ୍ରୀ ଥିଲେ। କିନ୍ତୁ ସେଠାରେ ବ୍ୟବସ୍ଥିତ ଭାବେ ହିନ୍ଦୁଙ୍କ ଉପରେ ଚାପ ପ୍ରୟୋଗ ହେଉଥିବା ଏବଂ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଥିଲେ। ସେ ନେହରୁଙ୍କୁ ଉଦ୍ଧୃତ କରି କହିଥିଲେ, “ସେ କହିଥିଲେ ଯେଉଁ ନିର୍ଯାତିତ ଲୋକଙ୍କୁ ନିଃସନ୍ଦେହରେ ଭାରତୀୟ ନାଗରିକତା ଦିଆଯିବା ଉଚିତ। ଯଦି ସେଥିପାଇଁ ଆଇନ ନାହିଁ ଆଇନରେ ପରିବର୍ତ୍ତନ ଅଣାଯିବା ଉଚିତ।” ନେହରୁ ଏକଥା ସଂସଦରେ ୧୯୫୦ ମସିହା ନଭେମ୍ବର ୫ ତାରିଖରେ କହିଥିଲେ।

ମହାନ ଦୂରଦୃଷ୍ଟି ସମ୍ପନ୍ନ କୁହାଯାଉଥିବା ନେହରୁ ସୀମା ସେପଟୁ ଆସୁଥିବା ସମସ୍ତ ଲୋକଙ୍କୁ ସାମିଲ କରିବା କଥା କାହିଁକି କହିନଥିଲେ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

Related story