ମାଟି ଆମ ମା’, ସୁରକ୍ଷା କରିବା ଆମର ଦାୟିତ୍ୱ: ମୋଦି

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଚାଲିଥିବା ଅଟୋ ଏକ୍ସପୋରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ଲୋବାଲ ଓ୍ୱାର୍ମିଂ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୩୦ ସୁଦ୍ଧା ସରକାର ଦେଶର ୨.୬ କୋଟି ହେକ୍ଟର ଅନୁର୍ବର ଜମିକୁ ଉପଯୋଗ କରାଇବେ। ପୂର୍ବରୁ ଏହା ୨.୧ ହେକ୍ଟର ଜମି ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ୨୦୧୫ରୁ ୨୦୧୭ ମଧ୍ୟରେ ଗଛ ଓ ଜଙ୍ଗଲ ୮ ଲକ୍ଷ ହେକ୍ଟର ଜମିରେ ସୃଷ୍ଚି ହୋଇଛି ବୋଲି […]

MODI AT AUTO EXPO

Subhransu Sekhar
  • Published: Monday, 09 September 2019
  • , Updated: 09 September 2019, 04:57 PM IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଚାଲିଥିବା ଅଟୋ ଏକ୍ସପୋରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ଲୋବାଲ ଓ୍ୱାର୍ମିଂ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।

୨୦୩୦ ସୁଦ୍ଧା ସରକାର ଦେଶର ୨.୬ କୋଟି ହେକ୍ଟର ଅନୁର୍ବର ଜମିକୁ ଉପଯୋଗ କରାଇବେ। ପୂର୍ବରୁ ଏହା ୨.୧ ହେକ୍ଟର ଜମି ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ୨୦୧୫ରୁ ୨୦୧୭ ମଧ୍ୟରେ ଗଛ ଓ ଜଙ୍ଗଲ ୮ ଲକ୍ଷ ହେକ୍ଟର ଜମିରେ ସୃଷ୍ଚି ହୋଇଛି ବୋଲି କହିଛନ୍ତି।

ମୋଦି କହିଛନ୍ତି ଭାରତର ସଂସ୍କାରରେ ଧରିତ୍ରୀ ହେଉଛି ପବିତ୍ର, ସେ ଆମ ମା’। ପ୍ରତିଦିନ ସକାଳେ ଆମେ ମାଟିରେ ପାଦ ରଖିବା ପୂର୍ବରୁ ସେଥିପାଇଁ କ୍ଷମା ମାଗିଥାଉ । ଆଜି ସମାଜରେ ଜଳବାୟୁ ପରିବର୍ତ୍ତନକୁ ନେଇ ନକରାତ୍କ ଭାବନା ଦେଖିବାକୁ ମିଳୁଛି। ଯାହାର ପ୍ରଭାବ ସମୁଦ୍ରର ଜଳସ୍ତର, ବର୍ଷା ଓ ବନ୍ୟାରେ ଦେଖିବାକୁ ମିଳୁଛି। ତେଣୁ ଜୈବ ବିବିଦ୍ଧତାକୁ ବଞ୍ଚାଇବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଦେଶରେ ଶୌଚାଳୟ ୩୮ରୁ ୯୯ ପ୍ରତିଶତ ହୋଇଛି। ସ୍ୱଚ୍ଛ ରହିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ପ୍ରତ୍ୟେକ ଘରୁ ପ୍ରଥମେ ଆରମ୍ଭ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related story