ନୂଆଦିଲ୍ଲୀ: ଗୁଜରାଟରେ ଦୀର୍ଘ ୨୦ ବର୍ଷ ଶାସନ ପରେ ମଧ୍ୟ ବିଜେପି ଡରୁଛି। ନିର୍ବାଚନ ବୈତରଣୀ ପାର୍ ହେବାକୁ ଚଳାଇଛି ରଣନୀତି। କଳେବଳେ କୌଶଳେ ଜନତାଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚାଲିଛି ଅଙ୍କକଷା। ଏହି କ୍ରମରେ ଭାଜପାର ମଙ୍ଗ ଧରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କରୁଛନ୍ତି। ଖାଲି ନିଜେ ନୁହେଁ ତାଙ୍କ ସହ ୫୦ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହେଉଥିବା ଶୁଣିବାକୁ ମିଳୁଛି ।
ରାଜ୍ୟରେ ଏବେ ସରକାରୀ ବିରୋଧୀ ହାୱା ରହିଛି। ଏହାସହ ସଂରକ୍ଷଣକୁ ନେଇ ପଟିଦାର ଆନ୍ଦୋଳନ ବିଜେପି ପାଇଁ ମୁଣ୍ଡବ୍ୟାଥାର ବଢାଇ ଦେଇଛି। ଏପରି ସ୍ଥିତିରେ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ବିଜେପି ପୂରା ଦମ୍ରେ ଲାଗିଛି।
ନଭେମ୍ବର ୨୭ ତାରିଖରେ ମୋଦି ଭୁଜ, ଯଶଦଣ, ଓମ୍ରେଲୀ ଓ ସୁରାଟରେ ରାଲି କରିବେ।୨୯ ତାରିଖରେ ମୋରବି, ସୋମନାଥ, ଭାବନଗର ଓ ନବସାରୀରେ ସାଧାରଣ ସଭାରେ ଯୋଗଦେବେ। ନିର୍ବାଚନ ଭିତରେ ପ୍ରଧାନମନ୍ତ୍ରୀ ୩୨ ରୁ ୩୫ଟି ରାଲି କରିବେ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ମଧ୍ୟ ଶୁକ୍ରବାର ୨ ଦିନିଆ ନର୍ବଚନୀ ପ୍ରଚାରରେ ଗୁଜୁରାଟ ଆସୁଛନ୍ତି। ଶୁକ୍ରବାର ସେ ପୋରବନ୍ଦର ଏବଂ ଅହମ୍ମଦାବାଦ୍ରେ ଆୟୋଜିତ ରାଲିରେ ଯୋଗଦେବେ । ସେହିପରି ଶନିବାର ଗାନ୍ଧୀନଗର, ଆରାବଳୀ, ମହିସାନଗର ଓ ଦାହୋଦ ଅଞ୍ଚଳରେ ସମାରୋହରେ ସମ୍ମିଳିତି ହେବେ ।
ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭା ପାଇଁ ଡିସେମ୍ବରରେ ହେବାକୁ ଥିବା ପ୍ରଥମ ଚରଣ ନିର୍ବାଚନରେ ୧୭୦୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ଦଫାରେ ୮୯ ଆସନ ଲାଗି ନିର୍ବାଚନ ହେବ।