ଟିକା ଅନୁଧ୍ୟାନ କରିବା ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏ ନେଇ ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବ୍ରିଟେନ୍ ପିଏମଙ୍କ ସହ ମୋଦିଙ୍କ ଏହି ଆଲୋଚନାକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମୋଦି ଟ୍ୱିଟ୍ କରି କହିଛନ୍ତି, ଭାରତ-ବ୍ରିଟେନ ରୋଡମ୍ୟାପ ନେଇ ଆଲୋଚନା ହୋଇଛି। ଏଥିସହ ସହଯୋଗ ବୃଦ୍ଧି, ବାଣିଜ୍ୟ, […]

boris johnshon

Subhransu Sekhar
  • Published: Friday, 27 November 2020
  • , Updated: 27 November 2020, 11:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏ ନେଇ ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବ୍ରିଟେନ୍ ପିଏମଙ୍କ ସହ ମୋଦିଙ୍କ ଏହି ଆଲୋଚନାକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମୋଦି ଟ୍ୱିଟ୍ କରି କହିଛନ୍ତି, ଭାରତ-ବ୍ରିଟେନ ରୋଡମ୍ୟାପ ନେଇ ଆଲୋଚନା ହୋଇଛି। ଏଥିସହ ସହଯୋଗ ବୃଦ୍ଧି, ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍ ମୁକାବିଲା ଦିଗରେ ଏକାଠି କାମ କରିବାକୁ ରାଜି ହୋଇଛୁ। ବୋରିଶ ଜନସନ ମଧ୍ୟ ଏ ନେଇ ଟ୍ୱିଟ୍ କରିଛନ୍ତି, ସେ କହିଛନ୍ତି ମୋଦିଙ୍କ ସହ କଥା ହୋଇ ମୁଁ ଖୁସି। ୨୦୨୧ରେ ଦୁନିଆ ଭାରତ-ବ୍ରିଟେନ ସମ୍ପର୍କର ଶକ୍ତି ଦେଖିବ।

ବ୍ରିଟେନ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା ଫଳାଫଳ ନେଇ ପ୍ରଶ୍ନ ଉଠିବା ପରେ ଔଷଧ ତିଆରି କମ୍ପାନୀ ଆଷ୍ଟ୍ରାଜେନିକା ପୁନର୍ବାର ଟିକା ପରୀକ୍ଷା କରିବ ବୋଲି କହିଛି। ଭାରତ ମଧ୍ୟ ଅକ୍ସଫୋର୍ଡ ଟିକା ସେରମ୍ ପ୍ରତିଷ୍ଠାନ ସହଯୋଗରେ ପ୍ରସ୍ତୁତ ହେଉଛି। ତେଣୁ ମୋଦି ଏବଂ ବୋରିଶଙ୍କ ଏହି ଆଲୋଚନା ଅକ୍ସଫୋର୍ଡ ଟିକାକୁ ନେଇ ହୋଇଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ମୋଦି ଦେଶର ତିନୋଟି ସହର ଗସ୍ତରେ ଯାଇ କରୋନା ଟିକା ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ମିଳିଛି। ପୁଣେ, ଅହମ୍ମଦାବାଦ ଏବଂ ହାଇଦ୍ରାବାଦ ଗସ୍ତରେ ଯାଇ ମୋଦି ଟିକା କାର୍ଯ୍ୟର ଅନୁଧ୍ୟାନ କରିବେ।

Related story