ଶୁକ୍ରବାର ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: କରୋନା ଭାଇରସ ସମ୍ପର୍କରେ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତାକାଲି ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ। ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରମାନେ କେଉଁ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ଏଥିସହ ରାଜ୍ୟଗୁଡ଼ିକ କରୋନା ମୁକାବିଲା ପାଇଁ କେନ୍ଦ୍ରର କେଉଁ ସବୁ […]

f

Hemant Lenka
  • Published: Thursday, 19 March 2020
  • , Updated: 19 March 2020, 03:16 PM IST

ନୂଆଦିଲ୍ଲୀ: କରୋନା ଭାଇରସ ସମ୍ପର୍କରେ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତାକାଲି ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।

ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରମାନେ କେଉଁ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ଏଥିସହ ରାଜ୍ୟଗୁଡ଼ିକ କରୋନା ମୁକାବିଲା ପାଇଁ କେନ୍ଦ୍ରର କେଉଁ ସବୁ ସହାୟତା ଲୋଡ଼ୁଛନ୍ତି, ସେ ବିଷୟରେ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଥିଲେ। ଏହି ସମୟରେ ଉଦ୍ଧବ ମହାରାଷ୍ଟ୍ର ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଛନ୍ତି।

Related story