କଂଗ୍ରେସ ପାଖରେ ଆଉ କିଛି ନାହିଁ, ଲୋକେ ସେମାନଙ୍କୁ ସଫା କରୁଛନ୍ତି: ମୋଦି

ନୂଆଦିଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ପ୍ରଚାର ପାଇଁ ହିମାଚଳ ପ୍ରଦେଶର କାଙ୍ଗଡ଼ା ଯାଇ ଏକ ରାଲିକୁ ସମ୍ୱୋଧିତ କରିଛନ୍ତି। ସେ ଏହି ଅବସରରେ ସେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,“ ଏହି ନିର୍ବାଚନରେ କଂଗ୍ରେସର ଦମ୍ଭ ଦେଖିବାକୁ ହେବ। ସେମାନଙ୍କ ପାଖରେ ଆଉ କିଛି ରହିନାହିଁ। ଚାରିଆଡୁ ଲୋକେ କଂଗ୍ରେସକୁ ସଫା କରିବାରେ ଲାଗିଛନ୍ତି। ଏହାପରେ ବି କଂଗ୍ରେସ ତାର ଘୋଷଣା ପତ୍ରରେ ଭ୍ରଷ୍ଟାଚାର ବିରୋଧରେ ଯୁଦ୍ଧ କରିବାକୁ କହିଛି।  ତାଙ୍କ […]

modi

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 01:32 PM IST

ନୂଆଦିଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନ ପ୍ରଚାର ପାଇଁ ହିମାଚଳ ପ୍ରଦେଶର କାଙ୍ଗଡ଼ା ଯାଇ ଏକ ରାଲିକୁ ସମ୍ୱୋଧିତ କରିଛନ୍ତି। ସେ ଏହି ଅବସରରେ ସେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,“ ଏହି ନିର୍ବାଚନରେ କଂଗ୍ରେସର ଦମ୍ଭ ଦେଖିବାକୁ ହେବ। ସେମାନଙ୍କ ପାଖରେ ଆଉ କିଛି ରହିନାହିଁ। ଚାରିଆଡୁ ଲୋକେ କଂଗ୍ରେସକୁ ସଫା କରିବାରେ ଲାଗିଛନ୍ତି। ଏହାପରେ ବି କଂଗ୍ରେସ ତାର ଘୋଷଣା ପତ୍ରରେ ଭ୍ରଷ୍ଟାଚାର ବିରୋଧରେ ଯୁଦ୍ଧ କରିବାକୁ କହିଛି।  ତାଙ୍କ ମୁଖ୍ୟମନ୍ତ୍ରୀ ନିଜେ ଭ୍ରଷ୍ଟାଚାରରେ ଫସି ରହିଛନ୍ତି।”

ସେ ଆହୁରି କହିଛନ୍ତି,“ ଯଦି  ଆପଣ ସଚ୍ଚୋଟରେ କାମ କରୁଛନ୍ତି ଓ ଭୁଲ ହୋଇଯାଇଛି, ତାହେଲେ ଲୋକେ କ୍ଷମା କରି ଦିଅନ୍ତି। କିନ୍ତୁ ଯଦି କେହି ଜାଣିଶୁଣି ଭୁଲ କରେ, ଦେଶ ତାକୁ କ୍ଷମା କରିନଥାଏ। ଦେଶର ସବୁ ସ୍ଥାନରେ କଂଗ୍ରେସ ଦଳକୁ ଲୋକ ଦଣ୍ଡ ଦେଉଛନ୍ତି। ମୁଁ ପୁରାଣ ଶାସ୍ତ୍ରରୁ ଶୁଣୁଛି ଯେ ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା। ଦେବତାଙ୍କ ସାମ୍ନାରେ ରାକ୍ଷାସଙ୍କୁ ଜନ୍ମ କରିବା କାମ କଂଗ୍ରେସ ସରକାର ଶାସନରେ ହୋଇଛି। ହିମାଚଳ ଲୋକେ ୫ଟି ରାକ୍ଷାସଙ୍କଠାରୁ ମୁକ୍ତି ଚାହୁଁଛି।  ଏହି ପାଞ୍ଚ ରାକ୍ଷାସ ହେଉଛନ୍ତି  ଖଣି ମାଫିଆ, ବନ ମାଫିଆ, ଡ୍ରଗ ମାଫିଆ, ଟେଣ୍ଡର ମାଫିଆ ଓ ଟ୍ରାନ୍ସଫର ମାଫିଆ।”

ସୂଚନାଯୋଗ୍ୟ,ହିମାଚଳ ପ୍ରଦେଶରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ  ପ୍ରେମ ସିଂହ ଘୁମଲଙ୍କ ନେତୃତ୍ୱରେ ନିର୍ବାଚନ ଳଢ଼ିବାକୁ  ନିଷ୍ପତ୍ତି ନେଇଛି। ନଭେମ୍ୱର ୯ରେ ଏଠାରେ ନିର୍ବାଚନ ହେବ।

Related story