ଔଷଧ ନମିଳିବା ଯାଏ ଢ଼ିଲା ନାହିଁ: ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଆଜିଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ଏ ନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଔଷଧ ନଆସିବା ପର୍ଯ୍ୟନ୍ତ ନିୟମରେ ଢ଼ିଲା ହେବା ଠିକ୍ ନୁହଁ। ଆଗାମୀ ପର୍ବ ଏବଂ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ମୋଦି। आइए, कोरोना से […]

modi

Subhransu Sekhar
  • Published: Thursday, 08 October 2020
  • , Updated: 08 October 2020, 11:38 AM IST

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଆଜିଠାରୁ ଏକ 'ଜନ ଆନ୍ଦୋଳନ' ଆରମ୍ଭ କରିଛନ୍ତି। ଏ ନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଔଷଧ ନଆସିବା ପର୍ଯ୍ୟନ୍ତ ନିୟମରେ ଢ଼ିଲା ହେବା ଠିକ୍ ନୁହଁ। ଆଗାମୀ ପର୍ବ ଏବଂ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ମୋଦି।

https://twitter.com/narendramodi/status/1314030957477810176

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ଆସନ୍ତୁ, କରୋନା ସହିତ ଲଢ଼େଇ କରିବା ପାଇଁ ଏକଜୁଟ ହେବା। ମାସ୍କ ପିନ୍ଧିବା, ହାତକୁ ସଫା ରଖିବା ସହିତ ସାମାଜିକ ଦୂରତା ଅନୁସରଣ ଏବଂ ପରସ୍ପର ମଧ୍ୟରେ ଛଅ ଫୁଟ୍ ଦୂରତା ଅବଲମ୍ୱନ କରିବା ଦରକାର।

ସୂଚନାଯୋଗ୍ୟ, ଭାରତରେ ମୋଟ କରୋନା ମାମଲା ୬୮,୩୨,୯୮୮ ରେ ପହଞ୍ଚିଛି। ୫୮,୨୪,୪୬୨ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୯ ଲକ୍ଷରୁ ଅଧିକ ଚିକିତ୍ସାଧୀନ ରହିଛନ୍ତି। ଏଯାବତ ୧,୦୫,୫୫୪ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

Related story