ଇ-ସିଗାରେଟ ଦୂର କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଆଜି ଚତୁର୍ଥ ପାଇଁ ରେଡିଓରେ ମନ୍ କି ବାତ୍’ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇବା ସହିତ ଇ-ସିଗାରେଟ୍, ‘ଫିଟ ଇଣ୍ଡିଆ ପ୍ଲଗିଂ ରନ’ ଅଭିଯାନ, ଇତ୍ୟାଦି ବାବଦରେ ନିଜର ମନର କଥା କହିଛନ୍ତି। ନିକଟରେ ବ୍ୟାନ ହୋଇଥିବା ଇ-ତମାଖୁ ସେବନ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ସାଧାରଣ ସିଗାରେଟଠାରୁ ଭିନ୍ନ ଇ-ସିଗାରେଟ୍। ଏହା ଗୋଟିଏ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣ। ଇ-ସିଗାରେଟରେ ନିକୋଟିନ୍ […]

mann-ki-baat

Subhransu Sekhar
  • Published: Sunday, 29 September 2019
  • , Updated: 29 September 2019, 06:55 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଆଜି ଚତୁର୍ଥ ପାଇଁ ରେଡିଓରେ ମନ୍ କି ବାତ୍' କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇବା ସହିତ ଇ-ସିଗାରେଟ୍, ‘ଫିଟ ଇଣ୍ଡିଆ ପ୍ଲଗିଂ ରନ’ ଅଭିଯାନ, ଇତ୍ୟାଦି ବାବଦରେ ନିଜର ମନର କଥା କହିଛନ୍ତି।

ନିକଟରେ ବ୍ୟାନ ହୋଇଥିବା ଇ-ତମାଖୁ ସେବନ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ସାଧାରଣ ସିଗାରେଟଠାରୁ ଭିନ୍ନ ଇ-ସିଗାରେଟ୍। ଏହା ଗୋଟିଏ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣ। ଇ-ସିଗାରେଟରେ ନିକୋଟିନ୍ ଯୁକ୍ତ ତରଳ ପଦାର୍ଥକୁ ଗରମ କଲେ ଏକ ପ୍ରକାର ରାସାୟନିକ ଧୂଆଁ ସୃଷ୍ଟି ହୋଇଥାଏ। ଏହା ମାଧ୍ୟମରେ ନିକୋଟିନ୍ ସେବନ କରାଯାଇଥାଏ। ସାଧାରଣ ସିଗାରେଟର ବିପଦକୁ ଆମେ ସମସ୍ତେ ଭଲ ଭାବେ ଜାଣିଥିବା ବେଳେ ଇ-ସିଗାରେଟ୍ ବିଷୟରେ ଗୋଟିଏ ଭ୍ରମ ଧାରଣା ସୃଷ୍ଟି କରାଯାଇଛି। ତେଣୁ ଇ-ସିଗାରେଟ୍ ବିଷୟରେ କୌଣସି ବିଭ୍ରାନ୍ତିକର ତଥ୍ୟ ମୁଣ୍ଡରେ ନ ପୂରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଅକ୍ଟୋବର ୨ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ବାପୁଙ୍କ ୧୫୦ତମ ଜୟନ୍ତୀ ପାଇଁ ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅବସରରେ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଫିଟ୍ ଇଣ୍ଡିଆ ପ୍ଲଗିଂ ରନ୍ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ୨ ଅକ୍ଟୋବର ଦିନ ୨ କିଲୋମିଟର ଦୌଡ଼ିବା କାର୍ଯ୍ୟକ୍ରମ ସାରାଦେଶରେ ଆୟୋଜିତ ହେବ। ଏହା ସଙ୍ଗେ ସଙ୍ଗେ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଏକାଠି କରିବା। ଏଥିସହ ଗୋଟିଏ ବି ପ୍ଲାଷ୍ଟିକ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ନକରିବା ସେଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱନ କରିଛନ୍ତି ପ୍ରଧାନମନ୍ତ୍ରୀ।

ସେହିଭଳି ଦୀପାବଳି ସମୟରେ ଯେମିତି ଅଗ୍ନିକାଣ୍ଡ ନ ଘଟେ, ବା କୌଣସି ଲୋକଙ୍କ କ୍ଷତି ନ ହୁଏ ସେଥିପ୍ରତି ମଧ୍ୟ ନିଶ୍ଚୟ ଧ୍ୟାନ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି। ଏଥିସହ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଆହ୍ୱାନ କରିଛନ୍ତି ନରେନ୍ଦ୍ର ମୋଦି।

ଏହି ଅବସରରେ ସେ ଦେଶର କୋକିଳ କଣ୍ଠ ଭାରତ ରତ୍ନ ଲତା ମଙ୍ଗେସକରଙ୍କର ଜନ୍ମଦିନ ବାବଦରେ କହିଛନ୍ତି। ସେପ୍ଚେମ୍ୱର ୨୮ ଥିଲା ଲତା ମଙ୍ଗେସକରଙ୍କର ଜନ୍ମଦିନ। ମୋବାଇଲରେ ସେ ଓ ଲତା ମଙ୍ଗେସକର ହୋଇଥିବା କିଛି କଥାକୁ ମଧ୍ୟ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ଶୁଣାଇଥିଲେ ପ୍ରଧାନମନ୍ତ୍ରୀ।

 

 

Related story