କେଦାରନାଥଙ୍କ ଆଶୀର୍ବାଦ ନେଇ ‘ମିସନ-୨୦୨୨’ର ସଂକଳ୍ପ ନେଲେ ମୋଦି

ନୂଆଦିଲ୍ଲୀ: ଗୋବର୍ଦ୍ଧନ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ମନ୍ଦିର ଯାଇଛନ୍ତି। ସେଠାରେ ପହଞ୍ଚି ସେ  ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହାସହିତ ସେଠାରେ ଉପସ୍ଥିତ ଥିବା ଭକ୍ତଙ୍କୁ ‘ଜୟ ଜୟ କେଦାର’ କହି ସମ୍ୱର୍ଦ୍ଧିତ କରିଛନ୍ତି। ଏହି ଉପଲକ୍ଷେ ମୋଦି ‘ମିସନ୍-୨୦୨୨’ ପାଇଁ ସଂକଳ୍ପ ନେଇଛନ୍ତି। ସେ କହିଛନ୍ତି,“ଏଠାରେ ମୋତେ  ଜୀବନର ମହତ୍ତ୍ୱପୂର୍ଣ୍ଣ ବର୍ଷ ବିତାଇବାର ଅବସର ମିଳିଥିଲା। କିନ୍ତୁ ବାବା ମୋତେ ଦେଶର ଶହେ କୋଟି ଲୋକଙ୍କ ସେବା କରିବା ପାଇଁ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 03:37 PM IST

ନୂଆଦିଲ୍ଲୀ: ଗୋବର୍ଦ୍ଧନ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ମନ୍ଦିର ଯାଇଛନ୍ତି। ସେଠାରେ ପହଞ୍ଚି ସେ  ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହାସହିତ ସେଠାରେ ଉପସ୍ଥିତ ଥିବା ଭକ୍ତଙ୍କୁ ‘ଜୟ ଜୟ କେଦାର’ କହି ସମ୍ୱର୍ଦ୍ଧିତ କରିଛନ୍ତି। ଏହି ଉପଲକ୍ଷେ ମୋଦି ‘ମିସନ୍-୨୦୨୨’ ପାଇଁ ସଂକଳ୍ପ ନେଇଛନ୍ତି। ସେ କହିଛନ୍ତି,“ଏଠାରେ ମୋତେ  ଜୀବନର ମହତ୍ତ୍ୱପୂର୍ଣ୍ଣ ବର୍ଷ ବିତାଇବାର ଅବସର ମିଳିଥିଲା। କିନ୍ତୁ ବାବା ମୋତେ ଦେଶର ଶହେ କୋଟି ଲୋକଙ୍କ ସେବା କରିବା ପାଇଁ ଏଠାରୁ ମୋତେ ପଠାଇ ଦେଇଛନ୍ତି। ପୁଣି ଥରେ ଏଠାରୁ  ନୂତନ ଶକ୍ତି ହାସଲ କରି ପବିତ୍ର ହୃଦୟରେ ଭାରତକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ରହିବାକୁ ସଂକଳ୍ପ ନେଇ ଆଗକୁ ବଢ଼ାବା।”

ମୋଦି ଆହୁରି କହିଛନ୍ତି,“ ୨୦୧୩ ମସିହାରେ ଏଠାରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ସମୟରେ କେଦାରନାଥ ମନ୍ଦିରର ପୁନଃନିର୍ମାଣର ମୁଁ ଦାୟିତ୍ୱ ନେଇଥିବା ଖବର ପ୍ରକାଶ ପାଇଥିଲା। ଏହା ପରେ ଦିଲ୍ଲୀରେ ହଙ୍ଗାମା ସୃଷ୍ଟି ହୋଇଯାଇଥିଲା। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଘୋଷଣା କରିଥିଲେ ଆମକୁ ଗୁଜରାଟ ସରକାରଙ୍କ ସାହାଯ୍ୟ ଆବଶ୍ୟକ ନାହିଁ। ”

Related story