ମୁମ୍ୱାଇ: କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳ କଂଗ୍ରେସ ଏବଂ ଏନସିପି ନେତା ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ପଡ଼ୋଶୀ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ରଖିଥିବା ମନ୍ତବ୍ୟ ସହିତ ସମାନ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଆଉ ୮ ଦିନ ବାକି ରହିଛି। ଏହା ପୂର୍ବରୁ ଆଜି ମହାରାଷ୍ଟ୍ରର ଜଳଗାଁଓ ରାଲିରେ ଯୋଗ ଦେଇ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ-ଏନସିପି ଉପରେ ବର୍ଷିଛନ୍ତି।
ସେ ବିରୋଧୀଙ୍କୁ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ହୋଇଛି ବୋଲି କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କର। ପାରୁଛ ଯଦି ଧାରା ୩୭୦କୁ ପ୍ରତ୍ୟାହାର କରିବା ପାଇଁ ନିର୍ବାଚନ ବେଳେ ଏକ ଘୋଷଣା ପତ୍ର ଜାରି କର।
କେନ୍ଦ୍ରସରକାର ଦେଶହିତରେ ପଦକ୍ଷେପ ନେଉଛନ୍ତି। ହେଲେ ବିରୋଧୀ ଏହାର ଫଇଦା ନେବା ପାଇଁ ରାଜନୀତିକ ମନ୍ତବ୍ୟ ରଖୁଛନ୍ତି। ଯାହାକି ପଡ଼ୋଶୀ ପାକିସ୍ତାନର ସ୍ୱର ସହ ମିଶୁଛି ବୋଲି ସେ କହିଛନ୍ତି।