ଭାରତ-ଜର୍ମାନୀ ମଧ୍ୟରେ ୨୦ଟି ଚୁକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ଦୁଇ ଦେଶର ଶୀର୍ଷ ନେତା ମିଳିତ ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୨୦ଟି ବିଭିନ୍ନ କ୍ଷେତ୍ରରେ ଚୁକ୍ତି ହୋଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନ, ସାଇବର ସିକ୍ୟୁରିଟି, ନଦୀ ଗୁଡ଼ିକୁ ପରିଷ୍କାର କରିବା, କୋଷ୍ଟାଲ ମ୍ୟାନେଜମେଣ୍ଟ, ପରିବେଶ ସୁରକ୍ଷା ଆଦି ୨୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଆତଙ୍କବାଦ […]

Modi-Merkel

Subhransu Sekhar
  • Published: Friday, 01 November 2019
  • , Updated: 01 November 2019, 04:10 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ଦୁଇ ଦେଶର ଶୀର୍ଷ ନେତା ମିଳିତ ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୨୦ଟି ବିଭିନ୍ନ କ୍ଷେତ୍ରରେ ଚୁକ୍ତି ହୋଇଛି।

ଅତ୍ୟାଧୁନିକ ବୈଷୟିକ ଜ୍ଞାନ, ସାଇବର ସିକ୍ୟୁରିଟି, ନଦୀ ଗୁଡ଼ିକୁ ପରିଷ୍କାର କରିବା, କୋଷ୍ଟାଲ ମ୍ୟାନେଜମେଣ୍ଟ, ପରିବେଶ ସୁରକ୍ଷା ଆଦି ୨୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଆତଙ୍କବାଦ ପ୍ରସଙ୍ଗରେ ଜର୍ମାନୀର ସହଯୋଗ ଲୋଡ଼ିଛନ୍ତି ମୋଦି। ମୋଦି-ମୋର୍କେଲ ଭେଟଘାଟ ବେଳେ ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ଜର୍ମାନୀର ଉଦ୍ୟୋଗପତିଙ୍କୁ ମୋଦି ଆହ୍ୱାନ କରିଥିଲେ। ସେହିପରି ଦେଶର ଶିକ୍ଷା କ୍ଷେତ୍ରରେ ଜର୍ମାନୀ ସହଯୋଗ କରିବ ବୋଲି ମୋର୍କେଲ କହିଛନ୍ତି।

୨୦୨୨ ସୁଦ୍ଧା ଦେଶକୁ 'ନ୍ୟୁ ଇଣ୍ଡିଆ'ର ରୂପ ଦେବାର ଅଛି। ଜର୍ମାନୀର ବୈଷୟିକ ଜ୍ଞାନ ଏବଂ ଅର୍ଥନୀତି ଭାରତର ସ୍ୱପ୍ନକୂ ପୂରଣ କରିବାରେ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲଙ୍କ ନେତୃତ୍ୱାଧୀନ ସରକାରକୁ ପ୍ରଶଂସା କରିଛନ୍ତି। ଏଥିସହ ଜର୍ମାନୀ ଭାରତର ଭଲ ବନ୍ଧୁ ବୋଲି ସେ କହିଛନ୍ତି। ଖାଲି ୟୁରୋପ ନୁହେଁ, ସାରା ବିଶ୍ୱରେ ସବୁଠୁ ଅଧିକ ଦିନ ନେତୃତ୍ୱ ନେଇଥିବା ନେତା ମୋର୍କେଲ ବୋଲି କହିଛନ୍ତି ମୋଦି। ସେହିପରି ଭାରତ ସହ ଜର୍ମାନୀର ସମ୍ପର୍କ ବହୁତ ଭଲ, ଭାରତର ସଂସ୍କୃତି ଓ ବିବିଧତାରୁ ଅନେକ କିଛି ଶିଖିବାକୁ ମିଳେ ବୋଲି ମୋର୍କେଲ କହିଛନ୍ତି।

Related story