ବେଙ୍ଗାଲୁରୁ-ନୂଆଦିଲ୍ଲୀ ମଧ୍ୟରେ ରେଳ ବ୍ୟବଧାନ କମିବ ୩୮୦ କିମି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ କର୍ଣ୍ଣାଟକ ଗସ୍ତ କରି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ସେ ଧର୍ମସ୍ଥଳରେ ଅବସ୍ଥିତ ପ୍ରସିଦ୍ଧ ମହାଦେବ ମଞ୍ଜୁନାଥ ସ୍ୱାମୀଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଦେଇଥିଲେ ମୋଦି। ଉଜ୍ଜିରରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ହିତାଧିକାରୀଙ୍କୁ ରୁପେ କାର୍ଡ ଏବଂ SHG ସଦସ୍ୟଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ ମୋଦି […]

maxresdefault

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 11:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ କର୍ଣ୍ଣାଟକ ଗସ୍ତ କରି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ସେ ଧର୍ମସ୍ଥଳରେ ଅବସ୍ଥିତ ପ୍ରସିଦ୍ଧ ମହାଦେବ ମଞ୍ଜୁନାଥ ସ୍ୱାମୀଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଦେଇଥିଲେ ମୋଦି। ଉଜ୍ଜିରରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ହିତାଧିକାରୀଙ୍କୁ ରୁପେ କାର୍ଡ ଏବଂ SHG ସଦସ୍ୟଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ ମୋଦି ବିଦର୍ରୁ-କଲ୍ବୁରଗୀ ଯାଏ ୧୧୦ କିଲୋମିଟର ରେଳପଥର ଉଦ୍‌ଘାଟନ୍ କରିଛନ୍ତି ମୋଦି। ଏହି ପ୍ରକଳ୍ପ ପରେ ବେଙ୍ଗାଳୁରୁ-ନୂଆଦିଲ୍ଲୀ ମଧ୍ୟରେ ରେଳ ବ୍ୟବଧାନ ୩୮୦ କିଲୋମିଟର କମିଯିବ। ଶେଷରେ ବେଙ୍ଗାଳୁରୁର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ।

Related story