ବିଚାର ବିଭାଗୀୟ ହାଜତକୁ ଗଲେ ପିଏମସି ବ୍ୟାଙ୍କର ଦୁଇ ପୂର୍ବତନ ନିର୍ଦ୍ଦେଶକ

ମୁମ୍ୱାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଘୋଟଲା ମାମଲାରେ ବିଚାରବିଭାଗୀୟ ହାଜତକୁ ଗଲେ ବ୍ୟାଙ୍କର ପୂର୍ବତନ ଏମଡି ଜୟ ଥମାସ ଏବଂ ଏସ ସୁରଜିତ ସିଂହ ଆରୋରେ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟଙ୍କୁ ମୁମ୍ୱାଇର ଏସପ୍ଲାନେଡ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ଜୟ ଥମାସଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବାବେଳେ ସୁରଜିତଙ୍କୁ ଅକ୍ଚୋବର ୨୨ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜି କୋର୍ଟରେ ଉଭୟଙ୍କୁ ହାଜର କରିବା ପୂର୍ବରୁ ବୁଧବାର […]

pmc bank crisis

Subhransu Sekhar
  • Published: Thursday, 17 October 2019
  • , Updated: 17 October 2019, 01:36 PM IST

ମୁମ୍ୱାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଘୋଟଲା ମାମଲାରେ ବିଚାରବିଭାଗୀୟ ହାଜତକୁ ଗଲେ ବ୍ୟାଙ୍କର ପୂର୍ବତନ ଏମଡି ଜୟ ଥମାସ ଏବଂ ଏସ ସୁରଜିତ ସିଂହ ଆରୋରେ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟଙ୍କୁ ମୁମ୍ୱାଇର ଏସପ୍ଲାନେଡ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ଜୟ ଥମାସଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବାବେଳେ ସୁରଜିତଙ୍କୁ ଅକ୍ଚୋବର ୨୨ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜି କୋର୍ଟରେ ଉଭୟଙ୍କୁ ହାଜର କରିବା ପୂର୍ବରୁ ବୁଧବାର ଇଡିର ସ୍ସତନ୍ତ୍ର ତଦନ୍ତକାରୀ ଟିମ୍ ସୁରଜିତଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା।

୬୫୦୦ କୋଟି ଟଙ୍କାର ଏହି ଘୋଟାଲରେ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବାରୟାମ ସିଂହ, ପ୍ରବନ୍ଧ ନିର୍ଦ୍ଦେଶକ ଜୟ ଥମାସ ଏବଂ ଏଚଡିଆଇଏଲର ମାଲିକ ରାକେଶ ଧାଓ୍ୱନ ଏବଂ ସାରଙ୍ଗ ଧାଓ୍ୱନ ଗିରଫ ହୋଇଛନ୍ତି।

ଗତକାଲି ଏଚଡିଆଇଏଲର ମାଲିକ ରାକେଶ ଧାଓ୍ୱନ ଓ ତାଙ୍କ ପୁଅ ସାରଙ୍ଗଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଏହି ଦୁଇ ଜଣଙ୍କୁ ୨୩ ଅକ୍ଟୋବର ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ପିଏମସି ବ୍ୟାଙ୍କ ନକଲି ଆକାଉଣ୍ଟ ଜରିଆରେ ଏଚଡିଆଇଏଲକୁ ଲୋନ୍ ଦେଇଥିବା ଆରବିଆଇ ଜାଣିବାକୁ ପାଇଥିଲା। ନକଲି ଆକାଉଣ୍ଟଧାରୀ ଋଣ ନେଇଛନ୍ତି କହି ଏଚଡିଆଇଏଲର ଋଣ ଟଙ୍କାକୁ ପିଏମସି ଲୁଚାଇବାକୁ ଚେଷ୍ଟା କରିଥିଲା ବୋଲି ଆରବିଆଇ ଜାଣିବାକୁ ପାଇଥିଲା। ଏହାପରେ ଆରବିଆଇ ବ୍ୟାଙ୍କର ଆର୍ଥିକ କାରବାର ଉପରେ ରୋକ୍ ଲଗାଇଥିଲା। ଟଙ୍କା ଉଠାଣକୁ ନେଇ କଟକଣା ଲାଗିବା ପରେ ପିଏମସି ବ୍ୟାଙ୍କର ଗ୍ରାହକ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି।

Related story