ପିଏମସି ଗ୍ରାହକଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଆର୍ଥକ ନେଣଦେଣ ନେଇ ଆରବିଆଇ କଟକଣା ଲଗାଇଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଗ୍ରାହକଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ଧାରା ୩୨ ଅନୁଯାୟୀ ଏହି କଟକଣା ଉପରେ ବିଚାର କରିବା ଠିକ୍ ହେବନି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି। ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କରେ ଘୋଟାଲା ହୋଇଥିବା ନେଇ ଜଣାପଡ଼ିବା ପରେ ଆରବିଆଇ ଆର୍ଥିକ ନେଣଦେଣ ଉପରେ କଟକଣା ଲଗାଇଥିଲେ। ଏହାପରେ […]

supreme

Subhransu Sekhar
  • Published: Friday, 18 October 2019
  • , Updated: 18 October 2019, 02:20 PM IST

ନୂଆଦିଲ୍ଲୀ: ଆର୍ଥକ ନେଣଦେଣ ନେଇ ଆରବିଆଇ କଟକଣା ଲଗାଇଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଗ୍ରାହକଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ଧାରା ୩୨ ଅନୁଯାୟୀ ଏହି କଟକଣା ଉପରେ ବିଚାର କରିବା ଠିକ୍ ହେବନି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି। ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କରେ ଘୋଟାଲା ହୋଇଥିବା ନେଇ ଜଣାପଡ଼ିବା ପରେ ଆରବିଆଇ ଆର୍ଥିକ ନେଣଦେଣ ଉପରେ କଟକଣା ଲଗାଇଥିଲେ। ଏହାପରେ ଟଙ୍କା ଉଠାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗ୍ରାହକ। ଏହାପରେ ଦିଲ୍ଲୀର ବିଜୋନ କୁମାର ମିଶ୍ରା ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରିଥିଲେ। ଯାହାର ଶୁଣାଣି ଆଜି ହେବ ବୋଲି ସ୍ଥିର ହୋଇଥିଲା। ଆବେଦନକାରୀ କହିଥିଲେ, ଯେଉଁ ରାଷ୍ଟ୍ରାୟତ କମ୍ପାନୀରେ ଲୋକମାନେ ଟଙ୍କା ରଖୁଛନ୍ତି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିମା ଭୁକ୍ତ ହେବା ଦରକାର।

ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ସରକାର ବ୍ୟାଙ୍କ ଗ୍ରାହକଙ୍କ ସମସ୍ୟା ଉପରେ ଅବଗତ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘୋଟାଲାର ତଦନ୍ତ କରୁଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

Related story