ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ଶହବାଜ ଗିରଫ୍

ଇସାଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳର ନେତା ମଲି ଲଣ୍ଡରିଂ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାହୋର ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ମୁଖ୍ୟ ତଥା ସଂସଦରେ ବିରୋଧୀ ଦଳର ନେତା ଶାହବାଜ ଶରିଫ କୋର୍ଟ ପରିସରରୁ ଗିରଫ ହୋଇଛନ୍ତି। ଶହବାଜ ଶରିଫ୍ ପଞ୍ଜାବରେ ୨୦୦୮ରୁ ୨୦୧୮ ଯାଏ ମୁଖ୍ୟମନ୍ତ୍ରୀ ଥିଲେ। ଲାହୋର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶାହବାଜଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ […]

shahbaz sharif

shahbaz sharif

Subhransu Sekhar
  • Published: Tuesday, 29 September 2020
  • Updated: 29 September 2020, 01:33 PM IST

Sports

Latest News

ଇସାଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳର ନେତା ମଲି ଲଣ୍ଡରିଂ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାହୋର ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ମୁଖ୍ୟ ତଥା ସଂସଦରେ ବିରୋଧୀ ଦଳର ନେତା ଶାହବାଜ ଶରିଫ କୋର୍ଟ ପରିସରରୁ ଗିରଫ ହୋଇଛନ୍ତି। ଶହବାଜ ଶରିଫ୍ ପଞ୍ଜାବରେ ୨୦୦୮ରୁ ୨୦୧୮ ଯାଏ ମୁଖ୍ୟମନ୍ତ୍ରୀ ଥିଲେ।

ଲାହୋର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶାହବାଜଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ଗିରଫ କରିଛି। ବେଆଇନ୍ ସମ୍ପତ୍ତି ହଡପ୍ ଏବଂ ଅର୍ଥ ହେରଫେର ମାମଲାରେ ଶାହବାଜ ସରିଫ କୋର୍ଟକୁ ଉତ୍ତର ଦେଇପାରିନବାରୁ ଗିରଫ ହୋଇଛନ୍ତି। ଅନ୍ୟପଟେ ସମାନ ମାମଲାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭଉଣୀ ତଥା କ୍ୟାବିନେଟ ସଦସ୍ୟଙ୍କୁ କୋର୍ଟ ସମନ କରିନଥିବାରୁ ବିରୋଧୀ ଦଳ ଲାହର କୋର୍ଟଙ୍କ ନିଷ୍ପତ୍ତିକୁ ଏକ ପାଖିଆ କହିଛନ୍ତି। ଦେଶରେ ଦୁଇଟି ଆଇନ୍ ଚାଲିଛି ବୋଲି ବିରୋଧୀ କହିଛନ୍ତି।

ସରକାରୀ ଓକିଲ ଫୈଜଲ ବୁଖାରୀ କହିଛନ୍ତି ଶାହବାଜଙ୍କ ପରିବାରର ମହିଳାମାନଙ୍କୁ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା, କିନ୍ତୁ ସେମାନଙ୍କୁ କୌଣସି ଉତ୍ତର ମିଳିନଥିଲା। ବୁଖାରୀ କୋର୍ଟଙ୍କୁ କହିଛନ୍ତି ଯେ, ଶାହବାଜ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଥିବାବେଳେ 2009 ମସିହାରୁ ଅଲି ଅହମ୍ମଦ ଏବଂ ନିସର ଅହମ୍ମଦ ତାଙ୍କ କର୍ମଚାରୀ ଥିଲେ। ଏହି ଦୁଇ ଜଣଙ୍କ ଜରିଆରେ ଶାହବାଜ ମନି ଲଣ଼୍ଡରିଂ କରିବାରେ ସଫଳ ହୋଇଥିଲେ। ଏହି ଦୁଇ ଜଣଙ୍କ ନାମରେ ଦୁଇଟି କମ୍ପାନୀ ଥିଲା ଏବଂ ସେମାନେ କମ୍ପାନୀର ନିର୍ଦ୍ଦେଶକ ଥିଲେ। ହେଲେ ଅଭିଯୁକ୍ତ ଇକ୍ରାମ ଦସ୍ତଖତ କରି ଆକାଉଣ୍ଟରୁ ପଇସା ଉଠାଉଥିଲେ।

ଅନ୍ୟପକ୍ଷରେ, ଶାହବାଜଙ୍କ ଓକିଲ ଆଜମ ନାଜିର ତାର କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶରେ ଶାହବାଜ କୋର୍ଟକୁ ଆସିଛନ୍ତି। ତେଣୁ ଏହି ସମୟରେ ତାଙ୍କୁ ଗିରଫ କରିବା ନିୟମ ବାହାରେ। ଏହି ସମୟରେ ଗିରଫ କରିବାର ଉଦ୍ଦେଶ୍ୟ କ’ଣ?

ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାୱାଲ ଭୁଟ୍ଟୋ ଜାରଦାରୀ କୋର୍ଟଙ୍କ ରାୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ବିରୋଧୀ କୋର୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଦେଶରେ ଦୁଇଟି ଆଇନ ଥିବା ଜଣାପଡ଼ୁଛି। କାରଣ କ୍ୟାବିନେଟ ସଦସ୍ୟ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos