ପ୍ରଧାନମନ୍ତ୍ରୀଙ୍କ ତ୍ରିଦେଶୀୟ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ: ବୁଧବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିଦେଶୀୟ ବିଦେଶ ଗସ୍ତ ଆରମ୍ଭ ହୋଇଛି। ସେ ପ୍ରଥମେ ବେଲ୍‌ଜିୟମର ରାଜଧାନୀ ବ୍ରୁସେଲ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ସେ ଆମେରିକା ଓ ସାଉଦୀ ଆରବକୁ ଯିବେ। ବେଲଜିୟମକୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୟୁରୋପିୟ ରାଷ୍ଟ୍ର ସଂଘ ସହ ଏକାଧିକ ଚୁକ୍ତି କରିବେ ବୋଲି ଆଶା କରାଯାଉଛି। ବ୍ରୁସେଲ୍ସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲ୍‌ଜିଆନ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା […]

narendra-modi-france-L

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 08:48 AM IST

ନୂଆଦିଲ୍ଲୀ: ବୁଧବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିଦେଶୀୟ ବିଦେଶ ଗସ୍ତ ଆରମ୍ଭ ହୋଇଛି। ସେ ପ୍ରଥମେ ବେଲ୍‌ଜିୟମର ରାଜଧାନୀ ବ୍ରୁସେଲ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ସେ ଆମେରିକା ଓ ସାଉଦୀ ଆରବକୁ ଯିବେ।

ବେଲଜିୟମକୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୟୁରୋପିୟ ରାଷ୍ଟ୍ର ସଂଘ ସହ ଏକାଧିକ ଚୁକ୍ତି କରିବେ ବୋଲି ଆଶା କରାଯାଉଛି।

ବ୍ରୁସେଲ୍ସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲ୍‌ଜିଆନ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ପରେ ୟୁରିପିଆନ୍‌ ପାର୍ଲିଆମେଣ୍ଟର ମେମ୍ବର, ଇଣ୍ଡୋଲୋଜିଷ୍ଟ, ବେଲ୍‌ଜିଆନ୍‌ ସିଇଓଙ୍କ ସହ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସନ୍ଧ୍ୟାରେ ମୋଦି ପ୍ରଭାସୀ ଭାରତୀୟଙ୍କ ସହ ବାର୍ତ୍ତାଳପ କରିବେ।  ଆସନ୍ତାକାଲି ଓ ଏପ୍ରିଲ ୧ରେ ୱାସିଂଟନ୍‌ରେ ହେବାକୁ ଥିବା ଚତୁର୍ଥ ଆଣବିକ ସୁରକ୍ଷା ବୈଠକ (ଏନ୍‌ଏସ୍‌ଏସ୍‌)ରେ ଯୋଗ ଦେବେ। ସେଠାରୁ ସେ ସାଉଦୀ ଆରବ ଅଭିମୁଖେ ଯିବେ।

Related story