ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ପାଟନା: ବିହାରର ମୁଜାଫରପୁର ଶେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହି ଘଟଣାରେ ସିବିଆଇ ନୀତୀଶ କୁମାରଙ୍କ ଭୂମିକାର ମଧ୍ୟ ତଦନ୍ତ କରୁ ବୋଲି ଆଜି ସ୍ୱତନ୍ତ୍ର ପକସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ ଧର୍ମେନ୍ଦ୍ର ସିଂହ ଓ ସାମାଜିକ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅତୁଲ ପ୍ରସାଦଙ୍କ ନାଁରେ ମଧ୍ୟ ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିହାର ଶେଲଟର […]

m

Hemant Lenka
  • Published: Saturday, 16 February 2019
  • , Updated: 16 February 2019, 03:26 PM IST

ପାଟନା: ବିହାରର ମୁଜାଫରପୁର ଶେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହି ଘଟଣାରେ ସିବିଆଇ ନୀତୀଶ କୁମାରଙ୍କ ଭୂମିକାର ମଧ୍ୟ ତଦନ୍ତ କରୁ ବୋଲି ଆଜି ସ୍ୱତନ୍ତ୍ର ପକସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ ଧର୍ମେନ୍ଦ୍ର ସିଂହ ଓ ସାମାଜିକ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅତୁଲ ପ୍ରସାଦଙ୍କ ନାଁରେ ମଧ୍ୟ ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିହାର ଶେଲଟର ହୋମ ଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ ଅଶ୍ୱିନୀ କୋର୍ଟରେ ନୀତୀଶ କୁମାର, ଧର୍ମେନ୍ଦ୍ର ଓ ଅତୁଲଙ୍କ ବିରୋଧରେ ମଧ୍ୟ ସିବିଆଇ ତଦନ୍ତ କରିବାକୁ ଆବେଦନ କରିଥିଲେ। ଅଶ୍ୱିନୀ ଜଣେ ଆତ୍ମଘୋଷିତ ଡାକ୍ତର। ସେ ଶେଲଟର ହୋମକୁ ଯାଇ ନାବାଳିକାମାନଙ୍କୁ କିଛି ଇଞ୍ଜେକସନ୍‌ ଦେଉଥିଲେ। ଏହାପରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।

ଏକ ଏନ୍‌ଜିଓ ସଂସ୍ଥା ଶେଲଟର ହୋମରେ ବେଆଇନ୍‌ କାମ ଚାଲୁଥିବା ରିପୋର୍ଟ ଦେଇଥିଲେ ହେଁ ରାଜ୍ୟ ସରକାର ଏହାକୁ ପାଣ୍ଠି ଯୋଗାଇ ଆସୁଥିଲେ। ତେଣୁ ନୀତୀଶ କୁମାରଙ୍କ ଭୂମିକାକୁ ନେଇ କୋର୍ଟ ସନ୍ଦେହ ପ୍ରକାଶ କରିବା ସହ ସିବିଆଇକୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି

Related story