ଆମକୁ ସଂସଦକୁ ନିର୍ବାଚିତ ହେବାର ସୁଯୋଗ ମିଳୁ: ପିଓକେ ବାସିନ୍ଦା

ଶ୍ରୀନଗର: ଜମ୍ମୁକଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଐତିହାସିକ ନିଷ୍ପତ୍ତି ଏଲ୍‌ଓସିର ଆର ପଟୁ ମଧ୍ୟ ସମର୍ଥନ ହାସଲ କରିସାରିଛି। ଏହି ପଦକ୍ଷେପକୁ ପ୍ରଶଂସା କରି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଜଣେ ସାମାଜିକ କର୍ମୀ ସେନ୍‌ଗେ ଏଚ୍‌ ଶେରିଂ କହିଛନ୍ତି, ଭାରତ ସଂସଦରେ ଗିଲଗିଟ୍‌-ବଲ୍ଟିସ୍ତାନ ପାଇଁ ମଧ୍ୟ ପ୍ରତିନିଧିତ୍ୱ ବ୍ୟବସ୍ଥା କରିବା ଦରକାର। ଏହାହେଲେ ପିଓକେ ଭାରତ ଏହି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିବ। ଉଲ୍ଲେଖଯୋଗ୍ୟ, ପୂର୍ବର […]

shering

Subrat Kumar Nayak
  • Published: Tuesday, 06 August 2019
  • , Updated: 06 August 2019, 09:11 PM IST

ଶ୍ରୀନଗର: ଜମ୍ମୁକଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଐତିହାସିକ ନିଷ୍ପତ୍ତି ଏଲ୍‌ଓସିର ଆର ପଟୁ ମଧ୍ୟ ସମର୍ଥନ ହାସଲ କରିସାରିଛି। ଏହି ପଦକ୍ଷେପକୁ ପ୍ରଶଂସା କରି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଜଣେ ସାମାଜିକ କର୍ମୀ ସେନ୍‌ଗେ ଏଚ୍‌ ଶେରିଂ କହିଛନ୍ତି, ଭାରତ ସଂସଦରେ ଗିଲଗିଟ୍‌-ବଲ୍ଟିସ୍ତାନ ପାଇଁ ମଧ୍ୟ ପ୍ରତିନିଧିତ୍ୱ ବ୍ୟବସ୍ଥା କରିବା ଦରକାର। ଏହାହେଲେ ପିଓକେ ଭାରତ ଏହି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିବ।

ଉଲ୍ଲେଖଯୋଗ୍ୟ, ପୂର୍ବର ଜମ୍ମୁକଶ୍ମୀର ରାଜ୍ୟ ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ପିଓକେ ପାଇଁ ୨୪ଟି ଆସନର ବ୍ୟବସ୍ଥା ରହିଛି। ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଏହି ଅଞ୍ଚଳ ସବୁକୁ ସାମିଲ କରି ଲୋକସଭା ଏବଂ ରାଜ୍ୟସଭାରେ ଏଠାକାର ପ୍ରତିନିଧିଙ୍କୁ ସଦସ୍ୟତା ମିଳୁ ବୋଲି ଶେରିଂ ଦାବି କରିଛନ୍ତି।

ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌ ଆଲୋଚନା ସମୟରେ ପିଓକେକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଦର୍ଶାଇଥିଲେ। ଅମିତ ଶାହ ସ୍ପଷ୍ଟ କହିଥିଲେ, "ପିଓକେ ଏବଂ ଅକ୍ସାଇ ଚୀନ୍‌ ଜମ୍ମୁକଶ୍ମୀରର ଅଂଶବିଶେଷ। ଏହାକୁ ହାସଲ କରିବା ପାଇଁ ଆମେ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ।"

Related story