୭୦ ବର୍ଷୀୟା ବୃଦ୍ଧାଙ୍କୁ ବଞ୍ଚାଇବାକୁ କୂଅକୁ ଡେଇଁ ପଡ଼ିଲେ ପୁଲିସକର୍ମୀ

କିଛି ପୁଲିସକର୍ମୀଙ୍କ ପାଇଁ ପୂରା ପୁଲିସ୍ ଫୋର୍ସ ବଦନାମ ହେଉଛି। ଅନ୍ୟପକ୍ଷରେ କିଛି ପୁଲିସକର୍ମୀ ନିଜ କର୍ତ୍ତବ୍ୟ ପାଇଁ ଜୀବନକୁ ବାଜି ଲଗାଇବାକୁ ଭୟ କରନ୍ତି ନାହିଁ। ଆଜି ଆମେ ଏମିତି ଜଣେ ପୁଲିସ୍ କନଷ୍ଟେବଳଙ୍କ କଥା କହିବାକୁ ଚାହୁଁଛୁ, ଯିଏ ଏକ ମହାନ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ସେହି ପୁଲିସ୍ କନଷ୍ଟେବଳ ଜଣକ ହେଉଛନ୍ତି ଏ. ଶିବ କୁମାର। ଶିବ କୁମାର ନିଜ ଜୀବନକୁ ବାଜି ଲଗାଇ ଜଣେ ୭୦ ବର୍ଷୀୟା ସାବିତ୍ରୀଙ୍କ ଜୀବନ […]

andhra

Ranjit Kumar Jena
  • Published: Sunday, 15 November 2020
  • , Updated: 15 November 2020, 03:29 PM IST

କିଛି ପୁଲିସକର୍ମୀଙ୍କ ପାଇଁ ପୂରା ପୁଲିସ୍ ଫୋର୍ସ ବଦନାମ ହେଉଛି। ଅନ୍ୟପକ୍ଷରେ କିଛି ପୁଲିସକର୍ମୀ ନିଜ କର୍ତ୍ତବ୍ୟ ପାଇଁ ଜୀବନକୁ ବାଜି ଲଗାଇବାକୁ ଭୟ କରନ୍ତି ନାହିଁ। ଆଜି ଆମେ ଏମିତି ଜଣେ ପୁଲିସ୍ କନଷ୍ଟେବଳଙ୍କ କଥା କହିବାକୁ ଚାହୁଁଛୁ, ଯିଏ ଏକ ମହାନ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ସେହି ପୁଲିସ୍ କନଷ୍ଟେବଳ ଜଣକ ହେଉଛନ୍ତି ଏ. ଶିବ କୁମାର।

ଶିବ କୁମାର ନିଜ ଜୀବନକୁ ବାଜି ଲଗାଇ ଜଣେ ୭୦ ବର୍ଷୀୟା ସାବିତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଗୁଦୁର ଗାଁରେ। କୌଣସି କାରଣରୁ ସାବିତ୍ରୀ କୂଅ ଭିତରେ ପଡ଼ିଯାଇଥିଲେ। ଏହା ପରେ ଶିବ କୁମାର ସାବିତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ କୂଅ ଭିତରକୁ ଡେଇଁ ପଡ଼ିଥିଲେ ଏବଂ ତାଙ୍କୁ ବଞ୍ଚାଇବାରେ ସଫଳ ମଧ୍ୟ ହୋଇଥିଲେ।

ଏହି ଘଟଣା ବୁଧବାର ଘଟିଥିଲା। ରାତି ୧୧.୫୦ ମିନିଟରେ ଶିବ କୁମାରଙ୍କ ସହ ଆଉ ଜଣେ ପୁଲିସ୍ କର୍ମଚାରୀ ଡ୍ୟୁଟିରେ ଥିଲେ। ହଠାତ୍ ଏହି ସମୟରେ ୧୦୦ ନମ୍ବର ଜରିଆରେ ସୂଚନା ମିଳିଲା ଯେ ଜଣେ ବୟସ୍କ ମହିଳା ନିଜ ଘରର କୂଅରେ ପଡ଼ିଯାଇଛନ୍ତି।  ଫଳରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲେ ହେଁ, ଅନ୍ଧାର ଓ କୂଅର ଗଭୀରତା କାରଣରୁ କେହି କିଛି କରିପାରିନଥିଲେ।

କିଛି ସମୟ ପରେ କନଷ୍ଟେବଳ ଶିବ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସାବିତ୍ରୀଙ୍କୁ ବଞ୍ଚାଇବା ପାଇଁ ପାଖରେ କିଛି ନପାଇବାରୁ ଶିବ କୁମାର ସିଧା କୁଅ ଭିତରକୁ ଡିଆଁ ମାରିଥିଲେ। ଯାହା ପରେ ଶିବ କୁମାର ବଞ୍ଚାଇବାରେ ସଫଳ ହୋଇଥିଲେ। ଏହା ପରେ ସାବିତ୍ରୀଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚେକଅପ୍ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି।

Related story