ଛତିଶଗଡ଼ରେ ମାଓ ତାଣ୍ଡବ, ୪ ପୋଲିସ କନଷ୍ଟେବଳଙ୍କୁ  ନିର୍ମମ ହତ୍ୟା

ବସ୍ତର : ଛତିଶଗଡ଼ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି। ୪ଜଣ ପୋଲିସ କର୍ମଚାରୀଙ୍କୁ ଅପହରଣ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ। ବୁଧବାର ସକାଳୁ ପୋଲିସ କର୍ମଚାରୀଙ୍କ ମୃତଦେହ ଗୁଡମା-କୁଟାରୁ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ମାଜ୍ଜି ରାମା, ମଙ୍ଗଲ ସୋଡ଼ି, ରାଜୁ ତେଲା ଏବଂ ଜୟରାମ ଯାଦବ। ମୃତଦେହ ନିକଟରୁ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି। ଯେଉଁଥିରେ ଏହି ପୋଲିସ କନେଷ୍ଟବଳ ମାନେ ନିରୀହ […]

policeattack in chatish gard

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 08:02 AM IST

ବସ୍ତର : ଛତିଶଗଡ଼ ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି। ୪ଜଣ ପୋଲିସ କର୍ମଚାରୀଙ୍କୁ ଅପହରଣ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ। ବୁଧବାର ସକାଳୁ ପୋଲିସ କର୍ମଚାରୀଙ୍କ ମୃତଦେହ ଗୁଡମା-କୁଟାରୁ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ମାଜ୍ଜି ରାମା, ମଙ୍ଗଲ ସୋଡ଼ି, ରାଜୁ ତେଲା ଏବଂ ଜୟରାମ ଯାଦବ। ମୃତଦେହ ନିକଟରୁ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି। ଯେଉଁଥିରେ ଏହି ପୋଲିସ କନେଷ୍ଟବଳ ମାନେ ନିରୀହ ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବାରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଉଲ୍ଲେଖ ରହିଛି। ଏହି ଘଟଣା ପରେ ବସ୍ତର ଅଞ୍ଚଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କମ୍ୱିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି।

Related story