ଧର୍ମ, ଜାତି ଓ ଭାଷା ନାଁରେ ଭୋଟ୍ ମାଗି ପାରିବେନି ରାଜନେତା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାଜନେତାମାନେ ଧର୍ମ, ଜାତି ଓ ଭାଷା ନାଁରେ ଭୋଟ୍ ମାଗି ପାରିବେ ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସୁପ୍ରିମ୍‌କୋର୍ଟର ଏକ ୭ ଜଣିଆ ସାମ୍ବିଧାନିକ ବେଞ୍ଚ୍ ଏହି ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁରଙ୍କ ସମେତ ଚାରି ଜଣ ବିଚାରପତି ନିର୍ବାଚନରୁ ଧର୍ମକୁ କାଢ଼ି ଫିଙ୍ଗି ଦେବାକୁ ସମର୍ଥନ କରିଥିବା ବେଳେ ଏହି ସାମ୍ବିଧାନକ ବେଞ୍ଚର ଅନ୍ୟ […]

supreme-court

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 12:49 PM IST

ନୂଆଦିଲ୍ଲୀ: ରାଜନେତାମାନେ ଧର୍ମ, ଜାତି ଓ ଭାଷା ନାଁରେ ଭୋଟ୍ ମାଗି ପାରିବେ ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସୁପ୍ରିମ୍‌କୋର୍ଟର ଏକ ୭ ଜଣିଆ ସାମ୍ବିଧାନିକ ବେଞ୍ଚ୍ ଏହି ରାୟ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁରଙ୍କ ସମେତ ଚାରି ଜଣ ବିଚାରପତି ନିର୍ବାଚନରୁ ଧର୍ମକୁ କାଢ଼ି ଫିଙ୍ଗି ଦେବାକୁ ସମର୍ଥନ କରିଥିବା ବେଳେ ଏହି ସାମ୍ବିଧାନକ ବେଞ୍ଚର ଅନ୍ୟ ତିନି ଜଣ ବିଚାରପତି ଏଥିରେ ସହମତ ହୋଇ ନ ଥିଲେ। ତେବେ ୪:୩ରେ ସଂଖ୍ୟାଗରିଷ୍ଠ ମତ ଆଧାରରେ ବେଞ୍ଚ ତାଙ୍କ ରାୟ ଶୁଣାଇଥିଲେ।

କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ନିର୍ବାଚନ ଏକ ଧର୍ମନିରପେକ୍ଷ ବ୍ୟବସ୍ଥା। ଲୋକେ କାହାକୁ ପୂଜା କରିବେ ତାହା ସେମାନଙ୍କର ନିଜସ୍ୱ ବ୍ୟାପାର। ତେଣୁ ଦେଶ ସେଥିରେ ମୁଣ୍ଡ ପୂରାଇ ପାରିବ ନାହିଁ। ଧର୍ମ, ଜାତି ଓ ଭାଷା ନାଁରେ କେହି ଭୋଟ୍ ମାଗି ପାରିବେ ନାହିଁ। ଏହା ଭୁଲ୍ କାର୍ଯ୍ୟ। ଏହାକୁ ଅନୁମତି ଦିଆଯାଇପାରିବ ନାହିଁ।

Related story