ବିଜେପି ପାଇଁ କର୍ଣ୍ଣାଟକ ମୁକୁଟ ସହଜ କରିଦେଇଛନ୍ତି କି ରାଜ୍ୟପାଳ?

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୈତିକ ପରିସ୍ଥିତି ଉପରେ ଏବେ ସାରା ଦେଶର ନଜର। ଆଉ କର୍ଣ୍ଣାଟକର ରାଜନୈତିକ ଭାଗ୍ୟ ଏବେ ଏଠାକାର ରାଜ୍ୟପାଳ ‘ବାଜୁଭାଇ ଭାଲା’ଙ୍କ ହାତମୁଠାରେ। କାରଣ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାପରେ ଏବେ ଏକ ଝୁଲା ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ରାଜ୍ୟପାଳ କାହାକୁ ସରକାର ଗଢ଼ିବାକୁ ଡାକିଲେ ବା ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରୁଛି। ସମ୍ବିଧାନ କହୁଛି ଏହା ତାଙ୍କ ‘ହିତାହତ ଜ୍ଞାନ’ ଓ ‘ପ୍ରାଥମିକତା’ ଉପରେ ନିର୍ଭର […]

Baju

Ordigital Desk
  • Published: Wednesday, 16 May 2018
  • , Updated: 16 May 2018, 02:28 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୈତିକ ପରିସ୍ଥିତି ଉପରେ ଏବେ ସାରା ଦେଶର ନଜର। ଆଉ କର୍ଣ୍ଣାଟକର ରାଜନୈତିକ ଭାଗ୍ୟ ଏବେ ଏଠାକାର ରାଜ୍ୟପାଳ ‘ବାଜୁଭାଇ ଭାଲା’ଙ୍କ ହାତମୁଠାରେ। କାରଣ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାପରେ ଏବେ ଏକ ଝୁଲା ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ରାଜ୍ୟପାଳ କାହାକୁ ସରକାର ଗଢ଼ିବାକୁ ଡାକିଲେ ବା ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରୁଛି। ସମ୍ବିଧାନ କହୁଛି ଏହା ତାଙ୍କ ‘ହିତାହତ ଜ୍ଞାନ’ ଓ ‘ପ୍ରାଥମିକତା’ ଉପରେ ନିର୍ଭର କରେ। ଏହି ପରିପ୍ରେ‍କ୍ଷୀରେ ଆସନ୍ତୁ ଜାଣିବା ବାଜୁଭାଇଙ୍କ ପିଛିଲା କ୍ୟାରିୟର ସଂପର୍କରେ।

ବାଜୁଭାଇ ଗୁଜୁରାଟର ଜଣେ ପୁରୁଖା ଓ ପିଟା ବିଜେପି ନେତା ଭାବେ ଜଣାଶୁଣା। ସେ ଗୁଜୁରାଟର ରାଜକୋଟ ବିଧାନସଭା ଆସନରୁ ରେକର୍ଡ ସଂଖ୍ୟକ ୭ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସେ ଗୁଜୁରାଟ ବିଜେପିର ସଭାପତି ମଧ୍ୟ ଥିଲେ। ଏଥିସହିତ ସେ ଥରେ ଗୁଜରାଟ ବିଧାନସଭାର ବାଚସ୍ପତି ଥିଲେ ଓ କେତେଥର କ୍ୟାବିନେଟ୍ ମନ୍ତ୍ରୀ ବି ଥିଲେ। ମନ୍ତ୍ରୀ ଥିଲାବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ।

ତେବେ ୮୦ ବର୍ଷୀୟ ବାଜୁଭାଇ ସାରା ଦେଶରେ ଓ ଗୁଜରାଟରେ ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ପାଇଁ ଚର୍ଚ୍ଚିତ ହୋଇଥିଲେ। ୨୦୦୨ରେ ଯେତେବେଳେ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଗଲା, ସେତେବେଳେ ବାଜୁଭାଇ ହିଁ ତାଙ୍କ ପାଇଁ ରାଜକୋଟ ଆସନ ଛାଡ଼ି ଦେଇଥିଲେ, ଯେଉଁଠୁ କି ସେ ୧୯୮୫ରୁ ପ୍ରତିନିଧିତ୍ୱ କରିଆସୁଥିଲେ।

ଯେତେବେଳେ ଗୁଜରାଟରେ ବିଜେପିର ସ୍ଥିତି ଭଲ ନଥିଲା, ସେ ସମୟରେ ବାଜୁଭାଇ ତିନି ତିନିଥର ଦଳର ରାଜ୍ୟ ସଭାପତି ରହି ଏହାକୁ ଏକ ଭଲ ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲେ। ଜଣେ ବିଜେପି ନେତା ତାଙ୍କ ବିଷୟରେ କହିଛନ୍ତି- ‘ବାଜୁଭାଇ ସମସ୍ତଙ୍କ କଥା ଶୁଣନ୍ତି, ସମସ୍ତଙ୍କ ସହ ହସଖୁସି କରନ୍ତି, କିନ୍ତୁ କାମ କଲାବେଳକୁ ନିଜେ ଯାହା ଭାବିଥାନ୍ତି ତାହା ହିଁ କରନ୍ତି।’

ବାଜୁଭାଇ ମୁଳତଃ ଜଣେ ଆର୍‌ଏସ୍‌ଏସ୍ ସଭ୍ୟ ଥିଲେ। ୧୯୭୧ରେ ସେ ସଂଘର ସଭ୍ୟ ଭାବେ ସାମିଲ ହୋଇଥିଲେ। ତାଙ୍କ ସହର ରାଜକୋଟରୁ ତାଙ୍କୁ ଲୋକେ କହନ୍ତି ‘ପାନିୱାଲା ମେୟର’। କାରଣ ଏଠାରେ ଜଳକଷ୍ଟର ମୁକାବିଲା କରିବାକୁ ସେ ଟ୍ରେନ୍‌ରେ ଲୋକଙ୍କ ପାଇଁ ପାଣି ଆଣି ବାଣ୍ଟିଥିଲେ। ବାଜୁଭାଇ ଦୀର୍ଘ ୯ ବର୍ଷ ଧରି ମୋଦିଙ୍କ ଗୁଜରାଟ ସରକାରରେ ଅର୍ଥମନ୍ତ୍ରୀ ଭାବେ କାମ କରିଥିଲେ। ତେଣୁ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କ ପ୍ରଥମେ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ।

ତେଣୁ ବାଜୁଭାଇଙ୍କ ପରି କଡ଼ା ବିଜେପି ସମର୍ଥକ ତ ନିଶ୍ଚୟ ଚାହିଁବେ କର୍ଣ୍ଣାଟକରେ ବିଜେପି ସରକାର ହେଉ। ଏଥିପାଇଁ ସେ କୌଣସି ବି ଚେଷ୍ଟା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେଣୁ ବିଜେପି ପାଇଁ ଏବେ କର୍ଣ୍ଣାଟକ ଲଢ଼େଇ ସହଜ ହୋଇଯାଇଛି।

Related story