‘ରାଜନୀତିର ସ୍ତରକୁ ଖସାଇ ଦେଇଛନ୍ତି କେଜ୍ରିୱାଲ୍’

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ବିବାଦରେ ଫସିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ବିଜେପିରୁ ନିଲମ୍ବିତ କୀର୍ତ୍ତି ଆଜାଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜେଟଲୀ ନିଜ ବ୍ଲଗରେ ଲେଖିଛନ୍ତି, କେଜ୍ରିୱାଲ୍ ରାଜନୀତିର ସ୍ତରକୁ ହ୍ରାସ କରିଛନ୍ତି। ସେ ଯେମିତି ଶବ୍ଦର ପ୍ରୟୋଗ କରୁଛନ୍ତି ତାହା ଜଣେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶା କରାଯାଏ ନାହିଁ। ପ୍ରମୁଖ ପଦପଦବୀରେ ଥିବା ବ୍ୟକ୍ତିମାନେ କିଛି କହିବା ବେଳେ ସଂଯମ ଆଚରଣ […]

arun jaitely

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 01:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ବିବାଦରେ ଫସିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ବିଜେପିରୁ ନିଲମ୍ବିତ କୀର୍ତ୍ତି ଆଜାଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜେଟଲୀ ନିଜ ବ୍ଲଗରେ ଲେଖିଛନ୍ତି, କେଜ୍ରିୱାଲ୍ ରାଜନୀତିର ସ୍ତରକୁ ହ୍ରାସ କରିଛନ୍ତି। ସେ ଯେମିତି ଶବ୍ଦର ପ୍ରୟୋଗ କରୁଛନ୍ତି ତାହା ଜଣେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶା କରାଯାଏ ନାହିଁ। ପ୍ରମୁଖ ପଦପଦବୀରେ ଥିବା ବ୍ୟକ୍ତିମାନେ କିଛି କହିବା ବେଳେ ସଂଯମ ଆଚରଣ କରିବା ଉଚିତ୍।

ସେହିପରି କୀର୍ତ୍ତି ଆଜଦଙ୍କୁ ସମାଲୋଚନା କରି କେନ୍ଦ୍ର ଅର୍ଥମନ୍ତ୍ରୀ ଲେଖିଛନ୍ତି, ଗତ କିଛି ମାସ ହେଲା ବିଜେପିର କେତେକ ସଦସ୍ୟ ଏମିତି ସବୁ ବୟାନବାଜୀ କରୁଛନ୍ତି ଯାହା ଦଳ ପାଇଁ ହିତକର ନୁହେଁ। ଦଳ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ସେ (ଆଜାଦ) ନିଜ ବୟାନବାଜୀରୁ ନିବୃତ୍ତ ରହି ନ ଥିଲେ।

ଡିଡିସିଏରେ ଦୁର୍ନୀତି ହୋଇଥିବା ଓ ଏଥିରେ ଜେଟଲୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ବିଜେପିରୁ ନିଲମ୍ବିତ ସାଂସଦ କୀର୍ତ୍ତି ଆଜାଦ। ବୁଧବାର ବିଜେପି ଅଧ୍ୟକ୍ଷ ଅମିତ ଶାହ ଏଥିପାଇଁ ଆଜାଦଙ୍କୁ ଦଳରୁ ନିଲମ୍ବିତ କରିଥିଲେ।

Related story