ରାଫେଲ ଡିଲ୍‌ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ଉପରେ ରୋକ

ଚେନ୍ନାଇ: ବିବାଦୀୟ ରାଫେଲ ଡିଲ୍‌ ଉପରେ ଲିଖିତ ଏକ ବହିର ରିଲିଜ୍‌ ଉପରେ ଆଜି ନିର୍ବାଚନ କମିଶନ ରୋକ ଲଗାଇଛନ୍ତି। ରାଫେଲ ଯୁଦ୍ଧ ବିମାନ ଡିଲ୍‌ ଉପରେ ଏସ୍‌ ବିଜୟନ ନାମକ ଜଣେ ବ୍ୟକ୍ତି ଏକ ବହି ଲେଖିଛନ୍ତି। ଏହି ବହିର ନାଁ Rafale: Laundering of the nation ରହିଛି। ବହିଟି ଆଜି ପ୍ରକାଶ ପାଇଥାଆନ୍ତା। ତେବେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଭଳି ବହି ରିଲିଜ୍‌ ହୋଇପାରିବ ନାହିଁ ବୋଲି ନିର୍ବାଚନ […]

sas

Hemant Lenka
  • Published: Tuesday, 02 April 2019
  • , Updated: 02 April 2019, 06:42 PM IST

ଚେନ୍ନାଇ: ବିବାଦୀୟ ରାଫେଲ ଡିଲ୍‌ ଉପରେ ଲିଖିତ ଏକ ବହିର ରିଲିଜ୍‌ ଉପରେ ଆଜି ନିର୍ବାଚନ କମିଶନ ରୋକ ଲଗାଇଛନ୍ତି। ରାଫେଲ ଯୁଦ୍ଧ ବିମାନ ଡିଲ୍‌ ଉପରେ ଏସ୍‌ ବିଜୟନ ନାମକ ଜଣେ ବ୍ୟକ୍ତି ଏକ ବହି ଲେଖିଛନ୍ତି। ଏହି ବହିର ନାଁ Rafale: Laundering of the nation ରହିଛି।

ବହିଟି ଆଜି ପ୍ରକାଶ ପାଇଥାଆନ୍ତା। ତେବେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଭଳି ବହି ରିଲିଜ୍‌ ହୋଇପାରିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏଥିସହ ଚେନ୍ନାଇର ଭାରତୀୟ ପୁସ୍ତକାଳୟମଠାରେ ରଖା ଯାଇଥିବା ରାଫେଲ ଉପରେ ଶହଶହ ବହିକୁ ଜବତ କରିଛନ୍ତି। ରାଫେଲ ଉପରେ ଲେଖାଯାଇଥିବା ବହିରେ ରାଫେଲ ଡିଲ୍‌କୁ ନେଇ କିଛି ସମ୍ବେଦନଶୀଳ ତଥ୍ୟ ରହିଛି। ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ସହ ସମାନ।

ପ୍ରଥମେ ବହିଟିର ଉଦ୍‌ଘାଟନ୍‌ କାଭିକୋ କନଭେନସନ ସେଣ୍ଟରରେ ହେବାର ଥିଲା। କିନ୍ତୁ ପୁଲିସ୍‌ ବହିଟିର ଉନ୍ମୋଚନ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନଥିଲା। ଫଳରେ ଏହାକୁ କେରଳ ସମାଜମକୁ ସ୍ଥାନାନ୍ତର କରାଯାଇଥିଲା। ବହିଟି ୪୮ ପୃଷ୍ଠାର ହୋଇଥିବା ବେଳେ ରାଫେଲ ଡିଲ୍‌କୁ ନେଇ ଅନେକ ରୋଚକ ତଥ୍ୟ ଥିବା କୁହାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଏଭଳି ବହି ଉନ୍ମୋଚନ ଉପରେ ରୋକ ଲଗାଇବା ଘଟଣାକୁ ସିପିଏମ୍‌ ପକ୍ଷରୁ ବିରୋଧ କରାଯାଇଛି।

ଭାରତୀ ପୁସ୍ତକାଳୟମର ସମ୍ପାଦକ ପିକେ ରାଜନ କହିଛନ୍ତି, “ଆଜି ସକାଳେ ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ହଠାତ୍‌ ଏଠାରେ ପହଞ୍ଚିଥିଲେ। ସେମାନେ ବହିର ରିଲିଜ୍‌କୁ ବିରୋଧ କରିବା ସହ ସମସ୍ତ କପିଗୁଡ଼ିକୁ ଜବତ କରିନେଇଥିଲେ। ସହରରେ ପ୍ରତିଦିନ ବହି ଉନ୍ମୋଚନ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ନିର୍ବାଚନ କମିଶନ କାହିଁକି ଆମକୁ ଟାର୍ଗେଟ କଲେ, ତାହା ବୁଝା ପଡ଼ୁନାହିଁ।”

Related story