ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଜମ୍ମୁ:  ଜମ୍ମୁର ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଛର ମାଲତୀ ଅଞ୍ଚଳର ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଗୁଳିବିନିମୟ କରାଯାଇଛି। ଗୁଳିବିନିମୟ ସହ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ ମଧ୍ୟ କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ୍‌ ଦେଇଛି। ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସୀମାରେ ଲଗାତାର ସ୍ଥିତି ଜଟିଳ ହେବାରେ ଲାଗିଛି। ଗତକାଲି  ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ […]

poonchh

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:32 AM IST

ଜମ୍ମୁ:  ଜମ୍ମୁର ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଛର ମାଲତୀ ଅଞ୍ଚଳର ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଗୁଳିବିନିମୟ କରାଯାଇଛି।

ଗୁଳିବିନିମୟ ସହ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ ମଧ୍ୟ କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ପାଲଟା ଜବାବ୍‌ ଦେଇଛି।

ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସୀମାରେ ଲଗାତାର ସ୍ଥିତି ଜଟିଳ ହେବାରେ ଲାଗିଛି।

ଗତକାଲି  ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହାପରେ ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Related story