ପୁଲୱାମା ହମଲାକୁ ‘କଶ୍ମୀରର ଇଦ୍‌’ କହି ଉତ୍ସବ ପାଳିଲା ଜୈଶ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ହମ୍ମଦ ଆତଙ୍କବାଦୀ ସଂଗଠନ କରିଥିବା ଭୟଙ୍କର ଆକ୍ରମଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲୱାମା ଭଳି ଭୟଙ୍କର ଆତଙ୍କୀ ହମ୍‌ଲାକୁ ଏହି ସଂଗଠନ ‘କଶ୍ମୀର କି ଇଦ୍‌’ କହି ଉତ୍ସବ ପାଳନ କରିଛି। ଏଥିସହ ଏହି ଆକ୍ରମଣ ପରେ ସଂଗଠନ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସରକାରୀ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ହମଲା କରିବାକୁ ମସୁଧା ମଧ୍ୟ କରିଥିଲା। ଏଥିପାଇଁ ଜୈଶର ସଂଗଠନମାନେ ମଧ୍ୟ ଭାରତକୁ ଆସିଥିଲେ। […]

scx

Hemant Lenka
  • Published: Monday, 02 December 2019
  • , Updated: 02 December 2019, 05:10 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ହମ୍ମଦ ଆତଙ୍କବାଦୀ ସଂଗଠନ କରିଥିବା ଭୟଙ୍କର ଆକ୍ରମଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ପୁଲୱାମା ଭଳି ଭୟଙ୍କର ଆତଙ୍କୀ ହମ୍‌ଲାକୁ ଏହି ସଂଗଠନ ‘କଶ୍ମୀର କି ଇଦ୍‌’ କହି ଉତ୍ସବ ପାଳନ କରିଛି। ଏଥିସହ ଏହି ଆକ୍ରମଣ ପରେ ସଂଗଠନ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସରକାରୀ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ହମଲା କରିବାକୁ ମସୁଧା ମଧ୍ୟ କରିଥିଲା। ଏଥିପାଇଁ ଜୈଶର ସଂଗଠନମାନେ ମଧ୍ୟ ଭାରତକୁ ଆସିଥିଲେ।

ଜୈଶ ବିରୋଧରେ ଏନଆଇଏ ଦାଖଲ କରିଥିବା ଚାର୍ଜଶିଟ ଅନୁଯାୟୀ, ଦିଲ୍ଲୀରେ ଥିବା ସାଉଥ ବ୍ଲକ ଓ କେନ୍ଦ୍ରୀୟ ସଚିବାଳୟ ସହ ଦିଲ୍ଲୀର ସିଭିଲ ଲାଇନ୍ସ, ବିକେ ଦତ୍ତ କୋଲନୀ, କଶ୍ମୀର ଗେଟ ଲୋଧି ଇଷ୍ଟେଟ, ମଣ୍ଡି ହାଉସ ଓ ଗାଜିଆବାଦ ଭଳି ଅଞ୍ଚଳରେ ଜୈଶ ସଂଗଠନ ଆକ୍ରମଣ କରିବାକୁ ଚାହୁଁଛି।

ଭର୍ଚୁଆଲ ନମ୍ବର ଜରିଆରେ ପାକିସ୍ତାନରୁ ଆସିଥିବା ସଦସ୍ୟମାନେ ନିଜର ପରିଚୟ ଗୋପନ ରଖି ସିମ୍‌ କାର୍ଡ ହାତେଇବାରେ ସେମାନେ ସକ୍ଷମ ହେଉଥିଲେ। ଭର୍ଚୁଆଲ ନମ୍ବର ଗୁଡ଼ିକ ଏକ ସରଭର ଦ୍ୱାରା କାର୍ଯ୍ୟ କରିଥାଏ। ବ୍ୟବହାରକାରୀ ନିଜ ସ୍ମାର୍ଟଫୋନରେ ଏକ ଆପ୍‌ ଡାଉନଲୋଡ କରି ଏହି ନମ୍ବର ଦ୍ୱାରା ଫେସବୁକ, ହ୍ୱାଟସଆପ ଓ ଟ୍ୱିଟର ଭଳି ସୋଶାଲ ମିଡିଆ ଆକାଉଣ୍ଟ ଚଳାଇ ପାରିବେ।

ଏନଆଇଏର ସ୍ୱତନ୍ତ୍ର ସେଲ ମାର୍ଚ୍ଚ ମାସରେ ପୁରୁଣା ଦିଲ୍ଲୀରୁ ଜୈଶ ସଦସ୍ୟ ସାଜଦ ଅହମଦ ଖାନଙ୍କୁ ଗିରଫ କରିଥିଲା। ତା’ଠାରୁ ତଥ୍ୟ ହାସଲ କରି ତନଭୀର, ବିଲାଲ ଓ ମୁଜାଫରକୁ ଗିରଫ କରିଥିଲା। ଏମାନଙ୍କ ନାଁରେ ଏନଆଇଏ ଚାର୍ଜଶିଟ ଦାଖଲ କରିବା ସହ ଏହି ତଥ୍ୟର ଖୁଲାସା କରିଛି।

Related story