ଜମ୍ମୁ: ପ୍ରବଳ ବର୍ଷା ଯୋଗୁ ରବିବାର ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ଆଜି ସକାଳୁ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷାଲାଗି ରହିଛି। ବର୍ଷା ଯୋଗୁ ଭୂ-ସ୍ଖଳନ ଘଟି ଜମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥର ଗାଙ୍ଗରୁ ଠାରେ ରାସ୍ତା ଅବରୋଧ ହୋଇଯାଇଛି। ସେଥିପାଇଁ ଅମରନାଥ ଯାତ୍ରାରେ ଆସିଥିବା କୌଣସି ଯାତ୍ରୀଙ୍କୁ ଏହି ରାସ୍ତାରେ ଛଡାଯାଉନାହିଁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ବର୍ଷା ଯୋଗୁ ଉଭୟ ପୂର୍ବ କାଶ୍ମୀର ବଲଟାଲ ଓ ପଶ୍ଚିମ କାଶ୍ମୀରରେ ପହଲାଗମରେ ଥିବା ବେଶ କ୍ୟାମ୍ପରୁ ଯାତ୍ରା ବନ୍ଦ ରଖାଯାଇଛି। ପାଗ ଠିକ୍ ନହେବା ପର୍ଯ୍ୟନ୍ତ ଅମରନାଥ ଗୁମ୍ପା ପର୍ଯ୍ୟନ୍ତ ଯାତ୍ରା ପାଇଁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଏହି ଯାତ୍ରାକୁ ଜୁଲାଇ ୨ ତାରିଖ ଆରମ୍ଭ ହୋଇଛି ଓ ଅଗଷ୍ଟ ୨୯ରେ ଶେଷ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।