ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ମଥୁରା (ଉତ୍ତର ପ୍ରଦେଶ): ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ରାଲି ପୂର୍ବରୁ ତାଙ୍କୁ ଦିଆଯାଇଛି ହତ୍ୟା ଧମକ। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ସଂପର୍କିତ ଏକ ଧମକପୂର୍ଣ୍ଣ ଚିଠି ପାଇଛନ୍ତି ମଥୁରା ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ। ଏହା ପରେ ଉଭୟ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଅଧିକ ସତର୍କ ହୋଇଯାଇଛନ୍ତି। ପୁଲିସ୍ ପକ୍ଷରୁ […]

narendramodi

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 04:59 AM IST

ମଥୁରା (ଉତ୍ତର ପ୍ରଦେଶ): ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ରାଲି ପୂର୍ବରୁ ତାଙ୍କୁ ଦିଆଯାଇଛି ହତ୍ୟା ଧମକ।

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ସଂପର୍କିତ ଏକ ଧମକପୂର୍ଣ୍ଣ ଚିଠି ପାଇଛନ୍ତି ମଥୁରା ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ। ଏହା ପରେ ଉଭୟ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଅଧିକ ସତର୍କ ହୋଇଯାଇଛନ୍ତି। ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତାଟି ହ୍ୱାଟସପରୁ ଆସିଥିଲା। ପୁଲିସ୍  ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସାରିଛି। ତା’ ନାଁ ରାମଭୀର। ସେ ନାଭିଲ ଗାଁର। ତେବେ ସେ ଫେରାର ଅଛି। ପୁଲିସ୍ ତା’ ଭାଇ ଲକ୍ଷ୍ମଣକୁ ଅଟକ ରଖି ପଚରାଉଚରା କରୁଛି ବୋଲି ମଥୁରା ଏସଏସପି ରାକେଶ ସିଂ କହିଛନ୍ତି। ସେ କହିଛନ୍ତି ରଣଭୀର ଜିଲ୍ଲା ପ୍ରଶାସନ ଓ ପୁଲିସ୍ ସମେତ ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲା।

ସୂଚନାଯୋଗ୍ୟ, ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଭାଜପା ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲି (ମେ’୨୫)ରେ ମଥୁରା ଜିଲ୍ଲା ଅନ୍ତର୍ଗତ ଜନସଂଘ ନେତା ଦୀନ ଦୟାଲ ଉପାଧ୍ୟାୟଙ୍କ ଗାଁ ନାଗଲା ଚନ୍ଦ୍ରଭାନରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଥୁରାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Related story