ନୂଆ ମୋଡ଼ରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଟେପ୍, କ’ଣ ଅଛି ସେଥିରେ,ପଢ଼ନ୍ତୁ

ନୂଆଦିଲ୍ଲୀ: ଗୁରୁଗ୍ରାମସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ସଙ୍ଗଠିତ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ପୂର୍ବରୁ ଏହି ଘଟଣାରେ ସ୍କୁଲର ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ନିକଟରେ ହସ୍ତଗତ ହୋଇଥିବା ୩ଟି ଅଡିଓ ଘଟଣାରେ ଆହୁରି ଟ୍ୱିଷ୍ଟ ଆଣିଛି। ଅଡ଼ିଓରେ ଅଭିଯୁକ୍ତ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କ ମାମୁ ଓ.ପି. ଚୋପ୍ରା ଓ ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟଙ୍କ ମଧ୍ୟରେ […]

nnn-1

Rakesh Mallick
  • Published: Tuesday, 21 November 2017
  • , Updated: 21 November 2017, 05:48 PM IST

ନୂଆଦିଲ୍ଲୀ: ଗୁରୁଗ୍ରାମସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ସଙ୍ଗଠିତ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ପୂର୍ବରୁ ଏହି ଘଟଣାରେ ସ୍କୁଲର ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ନିକଟରେ ହସ୍ତଗତ ହୋଇଥିବା ୩ଟି ଅଡିଓ ଘଟଣାରେ ଆହୁରି ଟ୍ୱିଷ୍ଟ ଆଣିଛି। ଅଡ଼ିଓରେ ଅଭିଯୁକ୍ତ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କ ମାମୁ ଓ.ପି. ଚୋପ୍ରା ଓ ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କଥାବାର୍ତ୍ତାର ଭଏସ୍ ରେକର୍ଡ ହୋଇଛି। ଏଥିରେ ଚୋପ୍ରା, ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟଙ୍କୁ ମାମଲାର ରୂପ ବଦଳାଇ ସବୁ ଦୋଷ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଲଦିଦେବାକୁ କହୁଛନ୍ତି। ଏପରି ଅଡ଼ିଓ ପଦାକୁ ଆସିବା ପରେ ସିବିଆଇ, ଚୋପ୍ରାଙ୍କୁ ପଚରାଉଚରା ପାଇଁ ଡକାଇଛି। ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟ ଓ ଚୋପ୍ରାଙ୍କ ଭିତରେ କ’ଣ ବାର୍ତ୍ତଳାପ ହୋଇଥିଲା, ପଢ଼ନ୍ତୁ।

ପ୍ରଥମ ଅଡିଓ

ଚୋପ୍ରା (କଣ୍ଡକ୍ଟ ଅଶୋକଙ୍କ ମାମୁ)- ମୁଁ  ତୁମକୁ ସବୁକଥା କହିବି। ଯେଉଁ ନମ୍ବର ଦୋକାନରୁ ନେଇଥିଲି, ତାକୁ ମୁଁ ଡିଲିଟ୍‌ କରି ଦେଇଛି। ମିଡ଼ିଆ ମୋ ପାଖକୁ ଆସିପାରେ। ସେଥିପାଇଁ ତୁମେ ଏଠାକୁ ଆସ ନାହିଁ। ତରବର ହେଲେ ମାମଲା ପୂରା ବିଗିଡ଼ି ଯିବ।... ବ୍ୟସ୍ତ ହୁଅନି...ଏବେ ଏହି ମାମଲା ତୁମ ସପକ୍ଷରେ ଯିବ। ସବୁ ଦୋଷ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଲଦିଦେବା।

ଛାତ୍ରଙ୍କ ସମ୍ପର୍କୀୟ- ହୁଁ...ଏହା ସ୍କୁଲ ପକ୍ଷରୁ କରାଯାଇଛି।

ଚୋପ୍ରା- ତୁମେ ଜାଣି ନାହଁ ଏହି ଘଟଣା କିପରି  ଘଟିଛି।

ଛାତ୍ରଙ୍କ ସମ୍ପର୍କୀୟ- ଏହି ମାମଲାକୁ କିପରି ରଫାଦଫା କରାଯିବ ତୁମେ ମୋତେ କହିବ।

ଚୋପ୍ରା- ଠିକ୍‌ ଅଛି। କେତେବେଳେ ଓ କ’ଣ କରିବାକୁ ପଡ଼ିବ, ସମୟ ଆସିଲେ କହିବି। ତରବରିଆ ହୋଇ କୌଣସି ଭୁଲ କର ନାହିଁ।

ଛାତ୍ରଙ୍କ ସମ୍ପର୍କୀୟ- ମୋତେ କେଉଁଠିକୁ ଆସିବାକୁ ପଡ଼ିବ କହିବେ କି?

ଚୋପ୍ରା- ତୁମକୁ କିଏ ସାହାଯ୍ୟ କରିବ ମୁଁ କହିବି।

ଛାତ୍ରଙ୍କ ସମ୍ପର୍କୀୟ- ଯେକୌଣସି ସମୟରେ ମୋତେ ଫୋନ୍‌ କରିବ।

ଚୋପ୍ରା- ପ୍ରଥମେ ମୋ ଭଣଜା ...କୁ ଏହି ମାମଲାରୁ ମୁକୁଳେଇବାକୁ ପଡ଼ିବ। ତୁମେ ...ର (ଅଭିଯୁକ୍ତ ଛାତ୍ରଙ୍କ ନାଁ ନେଇ) ବାପା ଓକିଲ ସାହେବଙ୍କୁ କୁହ ସେ ବ୍ୟସ୍ତ ହୁଅନ୍ତୁନି। ଆଶା ଛାଡ଼ନ୍ତୁ ନାହିଁ। ମୁଁ ସାହାଯ୍ୟ କରିବି। ସ୍ଥାନୀୟ ପୋଲିସ୍‌ ବୁଝୁଥିଲେ କଥାଟା ଶୀଘ୍ର ରଫାଦଫା ହୋଇ ଯାଇଥାନ୍ତା। ମାମଲାକୁ ସିବିଆଇ ବୁଝୁଛି ତ !

ଛାତ୍ରଙ୍କ ସମ୍ପର୍କୀୟ- କ’ଣ ଆମ ପାଖରେ ସବୁ ପ୍ରମାଣ ଅଛି?

ଚୋପ୍ରା- ହଁ ଆମ ପାଖରେ ଅଛି। ସ୍କୁଲ କର୍ତ୍ତୃପକ୍ଷଙ୍କ କ’ଣ ଭୁଲ ରହିଛି, ମୁଁ ତୁମକୁ ପରେ କହିବି।

ଦ୍ୱିତୀୟ ଅଡ଼ିଓ

ଚୋପ୍ରା- ତୁମେ ଦୋକାନରେ ନାହଁ କି? ମୁଁ  ଡ୍ରାଇଭର ପରିବାର ଲୋକଙ୍କୁ ଦେଖା କରିଥିଲି। ଡ୍ରାଇଭର ଓ ମାଳିକୁ ନିର୍ଯାତନା ଦିଆଯାଇଛି। ଆମକୁ କିଛି କରିବାକୁ ପଡ଼ିବ।

ଛାତ୍ରଙ୍କ ସମ୍ପର୍କୀୟ- ହଁ ଆମକୁ କିଛି କରିବାକୁ ପଡ଼ିବ।

ଚୋପ୍ରା- ଦୁଇଜଣ ମୋତେ କହିଲେ ତୁମର ପିଲା ନିର୍ଦ୍ଦୋଷ। ସ୍କୁଲ କର୍ତ୍ତୃପକ୍ଷ ଦୋଷୀ। ସେମାନେ ତୁମର ପିଲାକୁ ଏହି ମାମଲାରେ ଫସାଇ ଦେଇଛନ୍ତି।

ଆପଣ ଶାନ୍ତ ରୁହନ୍ତୁ।

ଛାତ୍ରଙ୍କ ସମ୍ପର୍କୀୟ- ହଁ ମୁଁ ଶାନ୍ତ ରହିଛି।

ଚୋପ୍ରା- ସିବିଆଇ କାହାକୁ ମାରପିଟ୍‌ କରୁନାହିଁ। ଅଶୋକକୁ କେବେ ମାରପିଟ କରିନାହିଁ। ମିଡ଼ିଆ ଆମ ସପୋର୍ଟରେ ଅଛି। ଏବେ ମୋର ନଜର ସ୍କୁଲର ଷ୍ଟାଫଙ୍କ ଉପରେ। ମୁଁ ଏହି ମାମଲାକୁ ଅଲଗା ଅଲଗା ଚ୍ୟାନେଲ ଜରିଆରେ ଉଛାଳିବି।

ଛାତ୍ରଙ୍କ ସମ୍ପର୍କୀୟ- ହଁ, ଏହି ମାମଲରେ କିଏ ନିର୍ଦ୍ଦୋଷ ଓ କିଏ ଦୋଷୀ ସେ କଥା ଅଶୋକ ଜାଣିଛି? ସେ ଏହି ଘଟଣା ସମ୍ପର୍କରେ ସବୁ ଜାଣିଛି।

ଚୋପ୍ରା- ଅଶୋକ ଜେଲରୁ ବାହାରି ଆସୁ। ସେ ଦୁଇରୁ ତିନିମାସ ମଧ୍ୟରେ ବାହାରି ଆସିବ।

ଛାତ୍ରଙ୍କ ସମ୍ପର୍କୀୟ- ତାଙ୍କ ପକ୍ଷରୁ ତୁମେ ଟଙ୍କା ଦେଇ ଦେଇଛ କି?

ଚୋପ୍ରା- ନାଁ ଏସବୁ ଭୁଲ କଥା !

ତୃତୀୟ ଅଡ଼ିଓ:

ଚୋପ୍ରା- ତରବର ହୁଅ ନାହିଁ। ଏହି ମାମଲାରେ ଆଉ ଜଣଙ୍କ ନାଁ ଏବେ ସାମ୍ନାକୁ ଆସିବ। ସ୍କୁଲ କର୍ତ୍ତୃପକ୍ଷଙ୍କ ନାଁ ବି ଆସିବ।

ଛାତ୍ରଙ୍କ ସମ୍ପର୍କୀୟ- ଠିକ୍‌ ଅଛି, ମୁଁ କିଛି କରୁନାହିଁ।

ଚୋପ୍ରା- ଭାଇ ସାହେବ... ଅଭିଯୁକ୍ତ ଛାତ୍ରର ବାପାଙ୍କୁ କୁହ ସେ ଶାନ୍ତ ରହିବେ।

ଛାତ୍ରଙ୍କ ସମ୍ପର୍କୀୟ- ଅଶୋକ କେବେ ଜେଲରୁ ବାହାରିବେ?

ଚୋପ୍ରା- ସେ ଜେଲରୁ ବାହାରିବା ପରେ ମୁଁ ତୁମକୁ ସାହାଯ୍ୟ କରିବି।

ଛାତ୍ରଙ୍କ ସମ୍ପର୍କୀୟ- ଏହି ମାମଲାରେ ଅନ୍ୟଜଣେ କିଏ? ଆମେମାନେ କେବେ ଦେଖାହେବା? ସବୁ କଥା ତ ଫୋନରେ କହି ହେବନାହିଁ ନା...

ଚୋପ୍ରା- ମୋତେ ଦେଖା କରିବା ଜରୁରୀ ନୁହେଁ। ମୋ ଉପରେ ମିଡ଼ିଆର ଆଖି…

ଛାତ୍ରଙ୍କ ସମ୍ପର୍କୀୟ- ଠିକ୍‌ ଅଛି ,ଆପଣ ଯାହା କହିବେ?

ଚୋପ୍ରା- ସବୁ ପିଲାଙ୍କୁ ଫସେଇ ଦିଆଯାଉଛି।

ଛାତ୍ରଙ୍କ ସମ୍ପର୍କୀୟ- ହିଁ। ପ୍ରଥମେ ଅଶୋକକୁ ଫସାଇ ଦିଆଇଯାଇଥିଲା

ଆଉ ଏବେ ...କୁ (ଅଭିଯୁକ୍ତ ହୋଇ ସୁଧାର ଗୃହରେ ଥିବା ଛାତ୍ର) ଫସାଇ ଦିଆଯାଇଛି।

 

Related story