ପ୍ରଦ୍ୟୁମ୍ନ ହତ୍ୟାକାରୀ ଛାତ୍ର ସାବାଳକ, ହୋଇପାରେ କଠୋର ଦଣ୍ଡ

ଗୁରୁଗ୍ରାମ: ଗୁରୁଗ୍ରାମର ରିଆନ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନଙ୍କ ହତ୍ୟା ଅଭିଯୋଗରେ ଗିରଫ ଛାତ୍ର ନାବାଳକ ନୁହେଁ ସାବାଳକ। ତାଙ୍କ ସହ ସାବାଳକ ଭଳି ବ୍ୟବହାର କରାଯିବା ସହ କେସ୍‌ ଚାଲିବ। ଏପରି ନିର୍ଦ୍ଦେଶ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ଦେଇଛନ୍ତି। ୧୬ ଡିସେମ୍ବରକୁ ବୋର୍ଡ ମାମଲାର ଫଇସାଲା କରି ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ବୋର୍ଡ ଅଭିଯୁକ୍ତ ଛାତ୍ରଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ବୋର୍ଡଙ୍କ ରାୟକୁ ମୃତ ପ୍ରଦ୍ୟୁମ୍ନଙ୍କ ବାପା ସ୍ୱାଗତ କରିଛନ୍ତି। ସେ କହିଛନ୍ତି- […]

school

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 05:11 PM IST

ଗୁରୁଗ୍ରାମ: ଗୁରୁଗ୍ରାମର ରିଆନ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନଙ୍କ ହତ୍ୟା ଅଭିଯୋଗରେ ଗିରଫ ଛାତ୍ର ନାବାଳକ ନୁହେଁ ସାବାଳକ। ତାଙ୍କ ସହ ସାବାଳକ ଭଳି ବ୍ୟବହାର କରାଯିବା ସହ କେସ୍‌ ଚାଲିବ। ଏପରି ନିର୍ଦ୍ଦେଶ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ଦେଇଛନ୍ତି। ୧୬ ଡିସେମ୍ବରକୁ ବୋର୍ଡ ମାମଲାର ଫଇସାଲା କରି ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ବୋର୍ଡ ଅଭିଯୁକ୍ତ ଛାତ୍ରଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ବୋର୍ଡଙ୍କ ରାୟକୁ ମୃତ ପ୍ରଦ୍ୟୁମ୍ନଙ୍କ ବାପା ସ୍ୱାଗତ କରିଛନ୍ତି। ସେ କହିଛନ୍ତି- ଏହି ଲଢ଼େଇ ବହୁତ ଲମ୍ବା। ଆମ ପିଲାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବୁ।

ଏକାଦଶ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ଛାତ୍ର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ଆବେଦନ କରି କହିଲେଥି, ସିବିଆଇ ଚାର୍ଜସିଟ୍‌ ଦାଖଲ କରିବା ପାର୍ଯ୍ୟନ୍ତ  ତାଙ୍କ ବିଚାର ନାବାଳକ ଭାବେ କରାଯାଉ। ଏହାସହ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଜାମିନ ପାଇଁ ମଧ୍ୟ ଆବେନ କରିଥିଲେ। ଯାହାକୁ ନେଇ ବୋର୍ଡ ସିବିଆକୁ ନୋଟିସ୍‌ ଜାରି କାରିବା ସହ ଅଭିଯୁକ୍ତ ଛାତ୍ରର ଫିଙ୍ଗର ପ୍ରିଣ୍ଟ ନେବାକୁ ଅନୁମତି ଦେଇଥିଲେ।

ଅନ୍ୟପକ୍ଷରେ ମୃତ ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର ଅଭିଯୁକ୍ତ ଛାତ୍ରଙ୍କ ବିଚାର ସାବାଳକ ଭାବେ କରାଯିବାକୁ ଆବେଦନ କରିଥିଲେ। ସେ ଦର୍ଶଇଥିଲେ, ଏପରି ଅପରାଧ କେବଳ ଜଣେ ବିକୃତ ମସ୍ତିଷ୍କ ଏବଂ ବିକୃତ ମାନସିକତା ଥିବା ଅପରାଧି ହିଁ କରିପାରେ। ତେଣୁ ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

Related story