ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ: ଶୀଘ୍ର ତଦନ୍ତ ଶେଷ କରିବାକୁ ବସ୍‌ କଣ୍ଡକ୍ଟରଙ୍କୁ ଅଭିଯୁକ୍ତ କରିଥିଲା ପୋଲିସ୍‌

ନୂଆଦିଲ୍ଲୀ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣାରେ ସବୁଦିନେ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି।  ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ଅତିକମ୍‌ ସମୟ ମଧ୍ୟରେ ପରଦା ଉଠାଇବାକୁ ଯାଇ ଗୁରୁଗ୍ରାମ ପୋଲିସ୍‌ ତରତର ହୋଇ ବସ୍‌ କଣ୍ଡକ୍ଟର ଅଶୋକ କୁମାରକୁ ଅଭିଯୁକ୍ତ ଘୋଷଣା କରିଥିଲା ଓ ତାଙ୍କଠାରୁ ହତିଆର ଜବତ କରାଯାଇଛି ବୋଲି ଦାବି କରିଥିଲା। ସିବିଆଇ ତଦନ୍ତରୁ ଏହା ଜଣାପଡ଼ିଛି। ଏପରିକି ପୋଲିସ୍ ଚାପରେ ଆସି […]

ryan

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 12:48 PM IST

ନୂଆଦିଲ୍ଲୀ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣାରେ ସବୁଦିନେ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି।  ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ଅତିକମ୍‌ ସମୟ ମଧ୍ୟରେ ପରଦା ଉଠାଇବାକୁ ଯାଇ ଗୁରୁଗ୍ରାମ ପୋଲିସ୍‌ ତରତର ହୋଇ ବସ୍‌ କଣ୍ଡକ୍ଟର ଅଶୋକ କୁମାରକୁ ଅଭିଯୁକ୍ତ ଘୋଷଣା କରିଥିଲା ଓ ତାଙ୍କଠାରୁ ହତିଆର ଜବତ କରାଯାଇଛି ବୋଲି ଦାବି କରିଥିଲା। ସିବିଆଇ ତଦନ୍ତରୁ ଏହା ଜଣାପଡ଼ିଛି। ଏପରିକି ପୋଲିସ୍ ଚାପରେ ଆସି ବସ୍‌ କଣ୍ଡକ୍ଟର ଦୋଷ ସ୍ୱୀକାର କରିଥିଲା ବୋଲି କୁହାଯାଇଛି।

ଦୁଇ ମାସ ଧରି ଘଟଣାର ତଦନ୍ତ କରିବା ପରେ ସିବିଆଇ କହିଛି ଯେ ରିଆନ୍‌ ସ୍କୁଲର ଜଣେ  ଏକଦଶ ଶ୍ରେଣୀର ଛାତ୍ର ହିଁ ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିଲେ। ତାଙ୍କୁ ସିବିଆଇ ଗିରଫ କରିଛି। ପରୀକ୍ଷା ଓ ପିଟିଏମ୍‌ ବନ୍ଦ କରିବାକୁ ସେ ଏଭଳି କରିଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

Related story