୭୬ ବର୍ଷ ଧରି ବିନା ପାଣି ଓ ଖାଦ୍ୟରେ ବଞ୍ଚୁଥିଲେ, ଏବେ ୯୦ ବର୍ଷ ବୟସରେ ଆଖି ବୁଜିଲେ ମାତାଜୀ

ଅହମଦାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବା ଗୁଜରାଟର ପ୍ରହ୍ଲାଦ ଜୈନି ଓରଫ ଚୁନରିୱାଲା ମାତାଜୀଙ୍କର ଶେଷରେ ଦେହାନ୍ତ ହୋଇଛି। ସେ ଜଣେ ପୁରୁଷ ହୋଇଥିଲେ ହେଁ ମହିଳାଙ୍କ ପରି ମଥାରେ ସିନ୍ଦୁର, ମୁଣ୍ଡରେ ଟିକିଲି ଓ ନାକ ଫୋଡ଼ିଥିଲେ। ସେହିପରି ସେ ଶାଢ଼ୀ ମଧ୍ୟ ପରିଧାନ କରନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗୁଜରାଟର ଗାନ୍ଧିନଗର ଜିଲ୍ଲା ନିଜ ପୈତୃକ ଗ୍ରାମ ଛାରାଦାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ […]

h

Hemant Lenka
  • Published: Tuesday, 26 May 2020
  • , Updated: 26 May 2020, 05:57 PM IST

ଅହମଦାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବା ଗୁଜରାଟର ପ୍ରହ୍ଲାଦ ଜୈନି ଓରଫ ଚୁନରିୱାଲା ମାତାଜୀଙ୍କର ଶେଷରେ ଦେହାନ୍ତ ହୋଇଛି। ସେ ଜଣେ ପୁରୁଷ ହୋଇଥିଲେ ହେଁ ମହିଳାଙ୍କ ପରି ମଥାରେ ସିନ୍ଦୁର, ମୁଣ୍ଡରେ ଟିକିଲି ଓ ନାକ ଫୋଡ଼ିଥିଲେ। ସେହିପରି ସେ ଶାଢ଼ୀ ମଧ୍ୟ ପରିଧାନ କରନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗୁଜରାଟର ଗାନ୍ଧିନଗର ଜିଲ୍ଲା ନିଜ ପୈତୃକ ଗ୍ରାମ ଛାରାଦାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମର ଶରୀରରକୁ ବାନଶକଣ୍ଠ ସ୍ଥିତ ତାଙ୍କ ଆଶ୍ରମ ତଥା ଗୁମ୍ଫାକୁ ନିଆଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚୁନରିୱାଲା ମାତାଜୀ ଦୀର୍ଘ ୭୬ ବର୍ଷ ହେଲା କୌଣସି ଖାଦ୍ୟ କିମ୍ବା ପାଣି ନ ପିଇ ସୁସ୍ଥ ଭାବେ ଜୀବନଯାପନ କରୁଥିବା ଦାବି କରାଯାଉଥିଲା। ଏକଥା ନିଜେ ମାତାଜୀ ମଧ୍ୟ କହୁଥିଲେ। ୨୦୦୩ ଓ ୨୦୧୦ରେ ବୈଜ୍ଞାନିକମାନେ ମଧ୍ୟ ତାଙ୍କର ଏହି ଦାବିର ପରୀକ୍ଷା କରିଥିଲେ। ତାଙ୍କ ଭିତରେ ଦେବୀମାନେ ରହିଥିବାରୁ ବଞ୍ଚିବା ପାଇଁ ତାଙ୍କୁ କୌଣସି ଖାଦ୍ୟ ବା ପାଣିର ଦରକାର ପଡ଼ୁ ନଥିଲା ବୋଲି ମାତାଜୀ ବଞ୍ଚିଥିବା ବେଳେ କହିଥିଲେ।

ଦେବୀ ଅମ୍ବାଙ୍କ ପରମ ଭକ୍ତ ଥିଲେ ପ୍ରହ୍ଲାଦ ଜୈନି। ଏଥିପାଇଁ ସେ ସର୍ବଦା ନାଲି ଶାଢ଼ୀ(ଚୁନରି) ପରିଧାନ କରୁଥିଲେ। ନିଜକୁ ସେ ଦେବୀଙ୍କ ଅବତାର ବୋଲି ଦାବି କରୁଥିଲେ। ଧାର୍ମିକ ଭାବନା ପାଇଁ ସେ ଯୁବାବସ୍ଥାରୁ ହିଁ ତାଙ୍କ ବାପାମା’ଙ୍କୁ ଛାଡ଼ି ଘରୁ ଚାଲି ଯାଇଥିଲେ।

୧୪ ବର୍ଷ ବୟରୁ ହିଁ ସେ ଖାଦ୍ୟ ଓ ପାଣି ପିଇବା ବନ୍ଦ କରିଦେଇଥିଲେ। ସେ ଚୁନରିୱାଲା ମାତାଜୀ ଭାବେ ପରିଚୟ ଲାଭ କରିବା ପରେ ତାଙ୍କର ଲକ୍ଷାଧିକ ଅନୁଗାମୀ ସୃଷ୍ଟି ହୋଇଥିଲେ। ଯୁବାବସ୍ଥାରେ ହିଁ ସେ ତାଙ୍କ ଘର ପାଖରେ ଥିବା ଅମ୍ୱାଜୀ ମନ୍ଦିର ନିକଟରେ ଏକ ଗୁମ୍ଫା ତିଆରି କରିଥିଲେ। ଏହାର କିଛି ଦିନ ମଧ୍ୟରେ ସେ ଯୋଗୀର ପରିଚୟ ପାଇଥିଲେ ଓ ସେ କେବଳ ବାୟୁରେ ବଞ୍ଚୁଥିବା କଥା ପ୍ରଚାର ହେବାରେ ଲାଗିଥିଲା।

୨୦୧୦ରେ ବୈଜ୍ଞାନିକମାନେ ୧୫ ଦିନ କାଳ କେମିତି ମାତାଜୀ ବିନା ଖାଦ୍ୟ ଓ ପାଣିରେ ବଞ୍ଚୁଛନ୍ତି, ତା’ର ଅନୁଧ୍ୟାନ କରିଥିଲେ। ଶେଷରେ ମାତାଜୀଙ୍କ ପାଖରେ ଏମିତି କିଛି କ୍ଷମତା ରହିଛି, ଯାହାଦ୍ୱାରା ସେ ନଖାଇ ବଞ୍ଚି ପାରୁଥିବା ଜାଣିବାକୁ ପାଇଥିଲେ।

Related story