ରାହୁଲ ପାଗଳ ହୋଇଗଲେଣି : କିଏ କହିଲେ ଏକଥା?

ନୂଆଦିଲ୍ଲୀ: “ବିକାଶ ପାଗଳ ହୋଇନି। ପାଗଳ ହୋଇଯାଇଛନ୍ତି ରାହୁଲ ଗାନ୍ଧି।  ଔଷଧ ବିକଳରେ ତାଟିଆ କାମୁଡିବା ଭଳି ନିଜ ପରାଜୟର ଗ୍ଲାନିକୁ ସେ ଅଯଥା କଥା କହି ଭୁଲିବାକୁ ଚେଷ୍ଟା କରୁଛନ୍ତି” ବୋଲି କହିଛନ୍ତି ବରିଷ୍ଟ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର। ରାହୁଲ ଗୁଜରାଟ ନିର୍ବାଚନ ବେଳେ ଜାତିବାଦର ବିଷମଞ୍ଜି ବୁଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଦ୍ୟମ ଫସର ଫାଟିଗଲା। ଗୁଜରାଟବାସୀ  ତାଙ୍କ ଚାଲ୍‌ ବୁଝିପାରି ହାତରୁ ହାତ ହଟେଇ ନେଲେ। ଆଉ ଶେଷରେ […]

70562

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 10:53 AM IST

ନୂଆଦିଲ୍ଲୀ: “ବିକାଶ ପାଗଳ ହୋଇନି। ପାଗଳ ହୋଇଯାଇଛନ୍ତି ରାହୁଲ ଗାନ୍ଧି।  ଔଷଧ ବିକଳରେ ତାଟିଆ କାମୁଡିବା ଭଳି ନିଜ ପରାଜୟର ଗ୍ଲାନିକୁ ସେ ଅଯଥା କଥା କହି ଭୁଲିବାକୁ ଚେଷ୍ଟା କରୁଛନ୍ତି” ବୋଲି କହିଛନ୍ତି ବରିଷ୍ଟ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର।

ରାହୁଲ ଗୁଜରାଟ ନିର୍ବାଚନ ବେଳେ ଜାତିବାଦର ବିଷମଞ୍ଜି ବୁଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଦ୍ୟମ ଫସର ଫାଟିଗଲା। ଗୁଜରାଟବାସୀ  ତାଙ୍କ ଚାଲ୍‌ ବୁଝିପାରି ହାତରୁ ହାତ ହଟେଇ ନେଲେ। ଆଉ ଶେଷରେ ଷଷ୍ଠ ଥର ପାଇଁ ବିଜେପିକୁ କ୍ଷମତାକୁ ଆଣିଛନ୍ତି। ଗୁଜରାଟ ମଡେଲର ସଫଳତା ଏହାର ବିକାଶ କାର୍ଯ୍ୟ ଉପରେ ଆଧାରିତ। ଏଭଳି ସ୍ଥିତିରେ ରାହୁଲ ଗାନ୍ଧି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିକାଶ ବିରୋଧୀ ବୟାନବାଜି ଜାରି ରଖିଛନ୍ତି ବୋଲି ଜାଭଡେକର କହିଛନ୍ତି। ବିକାଶ ପାଗଳ ହୋଇଯାଇଛି ବୋଲି ରାହୁଲ ଯାହା କହୁଛନ୍ତି, ପ୍ରକୃତରେ ବିକାଶ ନୁହେଁ ସେ ହିଁ ପାଗଳ ହୋଇଯାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Related story