ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ  ଗିରଫ କରିବାରେ ପୋଲିସ ବିଫଳ : ଜାତୀୟ ପୁରସ୍କାର ଫେରାଇବାକୁ ଚେତାବନୀ ଦେଲେ  ପ୍ରକାଶ ରାଜ

ନୂଆଦିଲ୍ଲୀ: ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ  ଗିରଫ କରିବାରେ ବିଫଳ ହୋଇଛି ପୋଲିସ।   ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତା ପ୍ରକାଶ ରାଜ।  ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୁହଁ ନ ଖୋଲିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି ।  ଏଥିସହ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସେ ଜାତୀୟ ପୁରସ୍କାର ଫେରାଇବାକୁ ଚେତାବନୀ ଦେଇଛନ୍ତି ।  ପ୍ରକାଶ ରାଜ ଅଭିନୟରେ ୫ଥର ଜାତୀୟ ପୁରସ୍କାର ପାଇଛନ୍ତି ।  ସେପ୍ଟେମ୍ବର […]

prakash-raj-1

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 06:28 PM IST

ନୂଆଦିଲ୍ଲୀ: ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ  ଗିରଫ କରିବାରେ ବିଫଳ ହୋଇଛି ପୋଲିସ।   ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତା ପ୍ରକାଶ ରାଜ।  ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୁହଁ ନ ଖୋଲିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି ।  ଏଥିସହ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସେ ଜାତୀୟ ପୁରସ୍କାର ଫେରାଇବାକୁ ଚେତାବନୀ ଦେଇଛନ୍ତି ।  ପ୍ରକାଶ ରାଜ ଅଭିନୟରେ ୫ଥର ଜାତୀୟ ପୁରସ୍କାର ପାଇଛନ୍ତି ।  ସେପ୍ଟେମ୍ବର ୫ରେ ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା।

Related story