ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଣବ ଓ ରାହୁଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଆଜି ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜଘାଟର ଶକ୍ତିସ୍ଥଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନିଜର ପ୍ରତିଭା, ଦକ୍ଷତା ଓ ଦୃଢ଼ ମନୋବଳ ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ଥିଲାବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।  ପିଲାଟି ଦିନରୁ ଦେଶ ପ୍ରତି […]

indira

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 10:58 AM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଆଜି ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜଘାଟର ଶକ୍ତିସ୍ଥଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ନିଜର ପ୍ରତିଭା, ଦକ୍ଷତା ଓ ଦୃଢ଼ ମନୋବଳ ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ଥିଲାବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।  ପିଲାଟି ଦିନରୁ ଦେଶ ପ୍ରତି ତାଙ୍କର ଅଗାଧ ପ୍ରୀତି ଥିଲା। ଏପରିକି ଭାରତକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ସେ ବାନର ସେନା ଗଢ଼ିଥିଲେ।  ପୈତୃକ ବାସଗୃହ ଆନନ୍ଦ ଭବନରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଦେଖି ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ।

୧୯୮୪ ମସିହା ଅକ୍ଟୋବର ୩୧ରେ ଦେହରକ୍ଷୀର ଗୁଳିରେ ଇନ୍ଦିରାଙ୍କ ପରଲୋକ ହୋଇଥିଲା।

Related story